ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ଦରବୃଦ୍ଧି ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମୁଖ୍ୟତଃ ମଧ୍ୟବିତ୍ ଏବଂ ଗରିବ ଶ୍ରେଣୀର ଲୋକ ମାନେ ଏଥିପାଇଁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି।ବିଗତ ୩ ମଧ୍ୟରେ ଗ୍ୟାସର ଦର୭୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗଟେ କରିଛି ବିଜେଟି। ବିଜେଡି ଆଜି ଏ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ଆଲୋଚନା କରିବା ସହ ଆଗକୁ ଦରବୃଦ୍ଧି ହ୍ରାସ ନକରେ ତେବେ ବିଜୁ ଜନତା ଦଳର ମହିଳା , ଯୁବ ଓ ଛାତ୍ର ମିଳିତ ଭାବରେ ଓଡିଶାର ୩ଟି ରାଜସ୍ବ ବିଭାଗୀୟ କମିଶନର ( ଆରଡିସି ) କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ , ଆନ୍ଦୋଳନ ଏବଂ ଧାରଣ ଦେବ । ସୂଚନାମୁତାବକ ୨୨ ନଭେମ୍ବର ୨୦୨୧ ରେ କଟକ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ , ୨୩ ନଭେମ୍ବର ୨୦୨୧ ରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ୨୪ ନଭେମ୍ବର ୨୦୨୧ ରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ ଦାବି କରିବା ସହିତ ଉଜ୍ଜ୍ବଳା ଯୋଜନାର ବିଫଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବ ବିଜେଡି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ବେମକେଶ ରାୟ,ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜୁ ଛାତ୍ରଜନତା ଦଳର ରାଜ୍ୟସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।(ରିର୍ପୋଟ:ଆଶିଷ କୁମାର ରାଉତ)