ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏକ ପ୍ରେସମିଟ କରିଥିଲେ। ଏଥିରେ ଭୋଟର ତାଲିକା ସଂଶୋଧନ ବିଷୟରେ ବିସ୍ତାର ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ରାଜ୍ୟର ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି । ତେଣୁ ଏହି ସମୟରେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହୁଁଛି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆମର ଏଥିପାଇଁ ଆସନ୍ତା ୨୧ ତାରିଖ ରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ, ଆବେଦନକାରୀ ମାନେ ସେଠି ବି ସଂଶୋଧନ କରିପାରିବେ ।
ରାଜ୍ୟରେ ବିଏଲଓ ମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ମଧ୍ୟ ଏହି ସଂଶୋଧନ କରି ପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧ୍ୟମରେ ଆପଣ ସଂଶୋଧନ କରିପାରିବେ । ଭୋଟର ହେଲ୍ପ ଲାଇନ କୁ ଯାଇ ଏହି ସଂଶୋଧନ କରି ପାରିବେ । ଏପିକି ନମ୍ବର ସ୍ପୀଡ଼ ପୋଷ୍ଟ ଦ୍ବାରା ପଠାଯିବ ତେଣୁ ସଠିକ ଠିକଣା ଦେବାକୁ ଅନୁରୋଧ କରାଯାଇଛି । କୋଭିଡ କାରଣ ରୁ ଅନଲାଇନ ବ୍ୟବସ୍ଥା କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଅନ ଲାଇନ ମାଧ୍ୟମରେ ଆସିଛି । ଗତ ବର୍ଷ ଏହା ମାତ୍ର ୮ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରାଯାଇଛି। ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଡ କରାଯିବ ବୋଲିରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)