ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟ ଘଟଣା ପାଇଁ ଦୋଷୀକୁ ଦଣ୍ଡଦେବା ପାଇଁ ଆଜି ମହିଳା ଅଧିକାରୀ ଅଭିଯାନ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି। ସିବିଆଇ ତଦନ୍ତ ପାଇଁ ଦାବୀ କରିଛି ମହିଳା ଅଧିକାରୀ ଅଭିଯାନା ସଦସ୍ୟମାନେ।
ମମିତାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଲୋକଙ୍କୁ ଧରିବା ସହ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ମହିଳା ଅଧିକାରୀ ଅଭିଯାନ ଦାବୀ କରିଛି। ମମିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ନିହାତି ଆବଶ୍ୟକ ବୋଲି ସଦସ୍ୟମାନେ କହିଛନ୍ତି।