ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦବାଲି :ପୋଲିସ ଚେକିଂ ଦେଖି ଖସିପଳାଉଥିଲେ ଦୁଇ ବାଇକ ଆରୋହି । ସନ୍ଦେହ କରି ଗୋଡ଼ାଇ ଧରିଲା ପୋଲିସ । ଚେକିଂ ବେଳେ ଜବତ ହେଲା ୮୦ ଗ୍ରାମ ବ୍ରାଉନସୁଗର । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ତିହିଡି ପୋଲିସ ସତସଙ୍ଗ ବିହାର ଛକ ନିକଟ ରେ ଚେକିଂ କରୁଥିଲା । ଦୁଇ ବାଇକ ଆରୋହି ପୋଲିସକୁ ଦେଖି ପଳାଇଥିଲେ । ପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ଦୁଇ ବାଇକ ଆରୋହୀଙ୍କୁ ନନ୍ଦପୁର ଛକ ନିକଟ ରେ ମାଡିବସିଥିଲା । ପରେ ଯାଞ୍ଚ ବେଳେ ଦୁଇ ଯୁବକଙ୍କ ନିକଟରୁ ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଚାନ୍ଦବାଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ତେବେ ଗିରଫ ଦୁଇଜଣ ହେଲେ ତିହିଡି ଥାନା ବୁଦ୍ଧୁପୁରର ପରେଶ ଜେନା ଓ ପିରାହାଟ ଥାନା ଛାତ୍ରପଦାର ରଶ୍ମି ରଞ୍ଜନ ନାଥଶର୍ମା ବୋଲି ପୋଲିସ ସୂଚନା ଦେଇଛି । ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।(ରିପୋର୍ଟ :ପ୍ରଶାନ୍ତ କୁମାର ପାଣି)