ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରଣ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଅପରାହ୍ନ ୫ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉଦଘାଟନ ହେବାକୁ ଯାଉଥିବା ଏହି ୧୩୦ଟି ବିଦ୍ୟାଳୟ ଏବେ ସରସ ସୁନ୍ଦର କରାଯାଇଛି । ଆଦର୍ଶ ଶ୍ରେଣୀ କକ୍ଷ ,ପାଠାଗାର ଓ ବିଜ୍ଞାନାଗାର ପ୍ରଭୃତି ନିର୍ମାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ , କଟକ ସାଂସଦ , ଭର୍ତ୍ତୃହରି ମହତାବ , ପୁରୀ ସାଂସଦ ପିନାକି ମିଶ୍ର , କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଜିଲାପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି। ସ୍ମାର୍ଟକ୍ଲାସ ରୁମ ସହ ଉଚ୍ଚ ମାନର ପାଠଗାର ପିଲାଙ୍କ ଉଜ୍ବଳ ଭବିଷ୍ୟତରେ ବହୁ ସହାୟକ ହେବ ବୋଲି ଜଣାପଡିଛି।