ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:- ପିଲା ମାନଙ୍କ ମୁଁହ ରେ ହସ ଫୁଟେଇ ବାକୁ ଯାଇ ଚନ୍ଦକା ଗୋଡିବାରି ଗ୍ରାମର ବୁଗିନ ହୋ ଶିକ୍ଷାକେନ୍ଦ୍ର ରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଏସେଲ୍ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ବନ୍ଦନା ପଣ୍ଡା ଙ୍କ ନେତୃତ୍ୟରେ କ୍ଲବ୍ ର ସଦସ୍ୟ ମାନେ ଆଦିବାସୀ ପିଲାମାନଙ୍କ ସହ ମିଶି ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାକରିଥିଲେ। ଏସେଲ୍ ଲେଡିଜ୍ କ୍ଲବ୍ ପକ୍ଷରୁ ପିଲାମାନଙ୍କୁ ଶୀତ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ କୋଭିଡ ନିୟମ ମାନି ପିଲା ମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କଟିଥିଲା।
ବୁଗିନ ହୋ ଶିକ୍ଷାକେନ୍ଦ୍ରର ପରାମର୍ଶଦାତା ସବିତା ପଟ୍ଟନାୟକ ଉତ୍ସବ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସେଲ ଲେଡିଜ କ୍ଲବର ପରାମର୍ଶଦାତା ପୁଷ୍ପାଞ୍ଜଳୀ ବେହୁରିଆ, ନୀରା ସିଂ, ସମ୍ପାଦିକା ସବିତା ପୁରୋହିତ ଓ କମିଟି ସଭ୍ୟ ରୁପଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ। ଶ୍ରୀ ଅମୀୟ ପଟ୍ଟନାୟକ ଓ ଶ୍ରୀ ଜୟକୃଷ୍ଣ ମହାନ୍ତିଙ୍କ ସହଯୋଗରେ ସମସ୍ତ କୋଭିଡ ନିୟମକୁ ପ୍ରାଧାନ୍ୟ ଦିଆଯାଇଥିଲା। କ୍ଲବର ସଦସ୍ୟ ମାନେ ‘ବୁଗିନ୍ ହ’ ଛାତ୍ର ଛାତ୍ରୀ ମାନଙ୍କର ଶୃଙ୍ଖଳା ଜ୍ଞାନ ଓ ଦକ୍ଷତାକୁ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ। ଏହି ପିଲା ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଶ୍ରୀମତୀ ସବିତା ପଟ୍ଟନାୟକଙ୍କର ପ୍ରୟାସ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଶେଷରେ ଆୟୋଜିକା ସ୍ଵାତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।