ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ସହିତ ଜଗନ୍ନାଥ ଧାମ କୁ ଯୋଡ଼ା ଯାଇ ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରିବା ପାଇଁ ପୁରୀ ର ଶ୍ରୀଜଗନ୍ନାଥ ସେନା ତାର ଅଭିଯାନ ଜାରି ରଖିଛି ପ୍ରଥମେ ରାଜ୍ୟ ସରକାର ଓ ପରେ କେନ୍ଦ୍ର ସରକାର ଙ୍କୁ ସ୍ମାରକ ପ୍ରଦାନ ପରେ ଓଡିଶା ବିଧାନସଭା ର ୧୪୭ ବିଧାୟକ ଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୋଷ୍ଟାଲ ରେ ଏହି ଦାବି ନେଇ ଚିଠି ପଠାଯାଇଛି। ଶ୍ରୀଜଗନ୍ନାଥ ସେନା କହିଚି ଅତୀତରେ ପୁରୀ ର ନାମ ଜଗନ୍ନାଥ ପୁରୀ ଥିଲା। ପରେ ଇଂରେଜ ଶାସନ ସମୟରେ ଜଗନ୍ନାଥ ନାମ କୁ ପୁରୀ ରୁ କାଟି ଦିଆଯାଇ ଥିଲା। ଏଣୁ ପୁରୀ କୁ ପୁଣି ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରାଯାଉ । ତେବେ ପୁରୀ ର ନାମକୁ ପରିବର୍ତ୍ତନ କରାନଯାଇ ଏଠାରେ ମହାପ୍ରଭୁଙ୍କ ନାମ ଯୋଡ଼ା ଯାଉଛି। ଏଣୁ ଏଥିରେ କଣ ଆପତ୍ତି ରହିଛି ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ମହାପ୍ରଭୁଙ୍କ ପାଇଁ ଓଡିଶା ର ସମସ୍ତ ବିଧାୟକ ଏକଜୁଟ ହୋଇ ବିଧାନସଭା ରେ ପୁରୀ ର ନାମ କୁ ଜଗନ୍ନାଥ ଧାମ ପୁରୀ ନାମିତ କରିବା ନେଇ ବିଲ ପାସ କରନ୍ତୁ ବୋଲି ଜଗନ୍ନାଥ ସେନା ଅନୁରୋଧ କରିଛି ।( ରିପୋର୍ଟ :ଶଙ୍କର ସରକାର)