ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଚଳିତମାସ ୧୪ , ୧୫ ଓ ୧୯ ତାରିଖରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶନିବାର ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ଏସ୍ଓପି ଅନୁଯାୟୀ ପ୍ରତି ରବିବାର ୧୪ ତାରିଖ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଏହିଦିନ ଶ୍ରୀମନ୍ଦିର ପରିସର ଓ ବାହାର ଅଞ୍ଚଳ ବିଶୋଧନ କରାଯିବ । ସେହିପରି ୧୫ ତାରିଖରେ ବଡ଼ ଏକାଦଶୀ ପଡୁଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସେହିପରି ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ଯ ସାଧାରଣ ଦର୍ଶନ ବନ୍ଦ ରହିବ । ଉକ୍ତ ଦୁଇଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ କରୋନା କଟକଣା ଦୃଷ୍ଟିରୁ ଭିଡ଼ ଏଡ଼ାଇବା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯିବ । ଚଳିତବର୍ଷ ମହାପ୍ରଭୁଙ୍କ ନାର୍ଗାର୍ଜୁନ ବେଶ ପଡୁଥିବା ବିଭିନ୍ନକ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି , ଯାହାକୁ ନେଇ ଭକ୍ତମାନେ ଦ୍ବନ୍ଦ୍ବରେ ପଡୁଛନ୍ତି । ମାତ୍ର ଚଳିତ ବର୍ଷ ନାଗାର୍ଜୁନ ବେଶ ପଡ଼ୁ ନ ଥିବା ଗବେଷକମାନେ ମତ ଦେଇଛନ୍ତି । ପୂର୍ବରୁ ମଧ୍ୟ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନୁଯାୟୀ ପଞ୍ଚକ ପାଞ୍ଚ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ ହେବ ।