ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା:ଆଜି ହାଇକୋର୍ଟ ର ମୁଖ୍ୟ ବିଚାରପତି ମାନ୍ୟବର ଡ଼.ଏସ.ମୁରଲୀଧର ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଆଇନ ସେବା କାର୍ଯ୍ୟକ୍ରମ ଓ ମେଗା ଲିଗାଲ କ୍ୟାମ୍ପ ରେ ଯୋଗ ଦେଇଥିଲେ l ଡ଼ଃ ଏସ. ମୁରଲୀଧର ପ୍ରଥମେ ନୂଆପଡା ଜିଲ୍ଲା ଦୌରା ଜର୍ଜଙ୍କ କାର୍ଯ୍ୟ ପରିସରରେ ସରକାରୀ ଦୌରାଜର୍ଜ ମହିଳା ଅଦାଲତକୁ ଶୁଭାରମ୍ଭ କରିଥିଲେ l ଏହାପରେ ଆଇନ ଜୀବୀମାନେ କିଭଳି ଇ ସର୍ଭିସ ଜରିଆରେ କାମ କରିପାରିବେ ସେ ଉପରେ ଆଜିଠାରୁ ସେମାନଙ୍କ ପାଇଁ ତାଲିମ ଆରମ୍ଭ କରିଥିଲେ l ଏହାପରେ ନୂଆପଡା ବାର ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଆଇନ ସେବା କିଭଳି ସାଧାରଣ ବର୍ଗର ଲୋକମାନେ ପାଇପାରିବେ ସେ ଉପରେ ସମସ୍ତଙ୍କ ନୈତିକତା ରହିବା ଦରକାର ବୋଲି କହିଥିଲେ l ପରିଶେଷରେ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତି ନୂଆପଡା ପୋଲିସ ପଡିଆ ଠାରେ ଆୟୋଜିତ ମେଗା ଲିଗାଲ କ୍ୟାମ୍ପ ରେ ଯୋଗ ଦେଇଥିଲେ ଓ ମିଶନ ଶକ୍ତିର ଦୁଇକୋଟି ଏସଏଚଜୀର ମହିଳା ମାନଙ୍କୁ ଚାରିଲକ୍ଷ ଟଙ୍କାର ବିନା ଶୁଦ୍ଧରେ ଚେକ ପ୍ରଦାନ କରିଥିଲେ l ସେହିଭଳି ତିନିଜଣଙ୍କୁ ଡ଼ିଏଲ, ଲାଇସେନ୍ସ ଓ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଟ୍ରାଇ ସାଇକେଲ, ହିଲଚେୟାର ଆଦି ବଣ୍ଟନ କରିଥିଲେ l ମୁଖ୍ୟ ବିଚାରପତି ମେଗା ଲିଗାଲ କ୍ୟାମ୍ପକୁ ବୁଲିଦେଖି କାର୍ଯ୍ୟକର୍ତା ମାନଙ୍କୁ ଉତ୍ସାହ ବଢ଼େଇଥିଲେ l(ରିପୋର୍ଟ-ଶାମ୍ବ କୁମାର ସରାଫ )