ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ:ଦିଲ୍ଲୀର ଖରାପ ବାୟୁ ଗୁଣବତ୍ତା ଲୋକଙ୍କୁ ନିଜ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛି। ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଶୁଣାଣି କରୁଥିବା ବେଳେ ଆଜି ପ୍ରଧାନ ବିଚାରପତି ଏନ.ଭି. ରାମନା ସୂଚନା ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ଦେଖୁଛନ୍ତି ପରିସ୍ଥିତି କେତେ ଖରାପ …. ଆମ ଘରେ ମଧ୍ୟ ଆମେ ମାସ୍କ ପିନ୍ଧିଛୁ।
ଏଥିପାଇଁ ପ୍ରଧାନ ବିଚାରପତି ରାମନା ଉତ୍ତର ମାଗି କହିଛନ୍ତି ଯେ ଦିଲ୍ଲୀରେ ହେଉଥିବା ପ୍ରଦୂଷଣ ପାଇଁ ଦାୟୀ କିଏ? “କୃଷକମାନଙ୍କ କାରଣରୁ କେତେ ପ୍ରଦୂଷଣ ହେଉଛିଏ ବାକିତକ ପ୍ରଦୂଷଣର ମାତ୍ରା ବଢ଼ିବା ପାଇଁ ଦାୟୀ କିଏ? ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କଣ କରୁଛନ୍ତି? ଏହା ପାଇଁ ଆପଣଙ୍କର ସଠିକ୍ ଯୋଜନା କ’ଣ ରହିଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। “
ତେବେ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ତୁଷାର ମେହେଟ୍ଟା ସ୍ପଷ୍ଟ କରି କହିଛନ୍ତି ଯେ ଆମେ ଏହା କେବଳ କୃଷକ ପାଇଁ ପ୍ରଦୂଷଣ ହେଉଛି ବୋଲି କହୁ ନାହୁଁ। ଆମେ ଏହା କେବେ କହି ନାହୁଁ।
ଯଦି କୃଷକମାନେ ପ୍ରୋତ୍ସାହନ ପାଇବେ ନାହିଁ, ତେବେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଦ୍ ଦର୍ଶାଇଛନ୍ତି ଏହାସହ ସେ ପ୍ରକାଶ କରିଛନ୍ତି ଯେ ଏଭଳି କାମ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ।