ସନଷ୍ଟାର ଟିଭି ବ୍ୟୁରୋ

ପୁରୀ: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ଯାହା ପାଇଁ ଚାରି ଆଡେ ପାଣି ଦେଖିବାକୁ ମିଳୁଛି। ତେବେ ଲଘୁଚାପ ବର୍ଷା ଯୋଗୁଁ ପୁରୀ ରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପୁରୀ ସହର ଅନେକ ଅଞ୍ଚଳ ରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବଡ଼ ଦାଣ୍ଡ ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ପୁରୀ ସହର ବାସୀ ପର୍ଯ୍ୟଟକ ଯାତାୟାତ ରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଅନେକ ସ୍ଥାନରେରେ ଦୋକାନ ଗୁଡିକରେ ପାଣି ପସି ବହୁତ କ୍ଷତି କରୁଛି। ରାସ୍ତାରେ ଦେଖିବାକୁ ମିଳୁଛି ଆଣ୍ଠୁଏ ପାଣି ଯାହଫଳରେ ରାସ୍ତାରେ ଗାଡି ଗୁଡିକ ମଧ୍ୟ ଅଧା ବୁଡ଼ି ଯାଇଛି। ଗତକାଲି ଲଘୁଚାପ ବର୍ଷା ଯୋଗୁଁ ଦିନ୪ ଟା ତୁ ୭ ଟା ଯାଏ ଅବିଶ୍ରାନ୍ତ ବର୍ଷା ଯୋଗୁଁ ପୁରୀ ସହର ବଡ଼ ଦାଣ୍ଡ ସମେତ ଗଳି କନ୍ଧି , ତଳିଆ ଅଞ୍ଚଳରେ ରେ ବର୍ଷା ଜଳ ଜମି ରହି କୁତ୍ରିକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।ଏହା ପାଇଁ ସମସ୍ତେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କେବଳ ଏତିକି ନୁହେଁ ଲୋକ ମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି।(ରିପୋର୍ଟ:ଶଙ୍କର ସରକାର)