ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବିଗତ ଦୁଇ ଦିନ ହେବ ବିଜେଡି ଅଭିଯୋଗ କରି ଆସୁଛି ବିଜେପି ର ଓଡ଼ିଶା କଂଗ୍ରେସ ବି ଟିମ୍ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଉଭୟ ଦଳ ଏପର୍ଯ୍ୟନ୍ତ ବିଜେଡିର ଅଭିଯୋଗ କୁ ଖଣ୍ଡନ କରିନାହାନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର ଏକ ଦସ୍ତାବିଜ ର ଫଟୋ ଦେଖାଇଥିଲେ। ସେଥିରେ ମହାଲିଙ୍ଗ୍ କଲେଜ ର ଫାଉଣ୍ଡେସନ ଟ୍ରଷ୍ଟି ବୋର୍ଡ ରେ ଭକ୍ତ ଚରଣ ଦାସ ଙ୍କ ପୁଅ କ୍ରାନ୍ତି ଦାସ ଙ୍କ ନାମ ରହିଛି । ତାସହ ସସ୍ମିତ ପାତ୍ର ୩ଟି ଫଟୋ ଦେଖାଇଥିଲେ ସେଥିରେ ପୀଡିତା ମମିତା ମେହେରଙ୍କ ସହ ଦୋଷୀ ଗୋବିନ୍ଦ ସାହୁଙ୍କ ସହ ଭକ୍ତ ଦାସ ଙ୍କ ଫଟୋ ରହିଛି । ସେଥିପାଇଁ ଶସ୍ମିତ ପ୍ରଶ୍ନ କରିଥିଲେ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ। ଦସ୍ତାବିଜରେ ଥିବା କ୍ରାନ୍ତି ଦାସ, ଭକ୍ତ ଦାସଙ୍କ ପୁଅ କି ନୁହେଁ ? ଯଦି କ୍ୟାପଟେନ ଫଟୋରେ ଥିବାରୁ ତାଙ୍କୁ ଦୋଷୀ କହୁଛନ୍ତି ଏହି ଫଟୋ ରେ ଯଦି ଭକ୍ତ ଦାସ ଅଛନ୍ତି ସେଥିପାଇଁ ସେ ଦୋଷୀ କି ନୁହେଁ ? ତୃତୀୟ ପ୍ରଶ୍ନ ମହାଲିଙ୍ଗ କଲେଜ ସହ ଭକ୍ତ ଦାସଙ୍କ ର କଣ ସଂପର୍କ ଅଛି? କେବେ ଠାରୁ ଭକ୍ତ ଦାସ ଗୋବିନ୍ଦ ସାହୁ ଙ୍କ ସହ ସମ୍ପର୍କ ରେ ଥିଲେ?
ତାସହ ସସ୍ମିତ ପାତ୍ର ଭକ୍ତ ଦାସ୍ ଙ୍କ ଦୁର୍ନୀତି ଗ୍ରସ୍ତ ଚରିତ୍ର ବିଷୟରେ ବିଭିନ୍ନ ତଥ୍ୟ ଦେଇଥିଲେ । ୨୦୧୮ରେ ତେଲେଙ୍ଗାନା ନିର୍ବାଚନ ଦାୟିତ୍ୱରେ ଥିବା ବେଳେ, ଭକ୍ତ ଦାସ ନାମରେ ଅଭିଯୋଗ ଆସିଥିଲେ ଯେ ଭକ୍ତ ଦାସ ଙ୍କ ପୁଅ ତେଲେଙ୍ଗାନା ର କଂଗ୍ରେସ୍ ନେତାଙ୍କୁ ଟିକେଟ ଦେବାପାଇଁ ୩ କୋଟି ଲାଞ୍ଚ ମାଗିଥିଲେ। ତାସହ ଅନ୍ୟ ଏକ ଅଭିଯୋଗ ଆଣିଥିଲେ ଯେ ୨୦୨୧ରେ ବିହାର କଂଗ୍ରେସ୍ ମଧ୍ୟ ଅଭିଯୋଗ ଆଣିଥିଲା ଯେ ଟିକେଟ ଦେବା ପାଇଁ ଭକ୍ତ ଦାସ ଟଙ୍କା ମାଗୁଥିଲେ । ତାସହ ଭକ୍ତ ଦାସଙ୍କ ସହ ଭାରତୀୟ ଜନତା ପାର୍ଟି ରେ ଥିବା ଭିତରି ସମ୍ପର୍କ ବିଷୟରେ ବିଭିନ୍ନ ତଥ୍ୟ ଦେଇ ବିରୋଧଦଳ ମାନଙ୍କୁ ସମାଲୋଚନା କରିଥିଲେ କରିଥିଲେ ବିଜେଡିର ରାଷ୍ଟ୍ରୀୟ ମୁଖ୍ୟପ୍ରବକ୍ତା ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।(ଆଶିଷ କୁମାର ରାଉତ)