ସନଷ୍ଟାର ଟିଭି ବ୍ୟୁରୋ
କଟକ : ଆଗକୁ ଆସୁଛି ବଡ ଓଷା। ଏହି ସମୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ ବାବା ଧବଳେଶ୍ୱରଙ୍କ ପୀଠରେ। କିନ୍ତୁ ଚଳିତବର୍ଷ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କୁ ମନା। ଏହାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଶୁକ୍ରବାର ୧୨ ତାରିଖ ଠାରୁ ୧୯ ତାରିଖ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହିକଟକଣା ବଳବତ୍ତର ରହିବ ।ତେବେ ଏହି ସମୟରେ ମହାଦେବଙ୍କ ପୂଜା ଯେଉଁପରି ନୀତିକାନ୍ତିରେ ହୁଏ ତାହା ହେବ। କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ ବୋଲି ସୂଚନାମିଳିଛି । ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି । ଗୁରୁଡିଝାଟିଆ ପୁଲିସ ଆଇନଶୃଙ୍ଖଳା ଦାୟିତ୍ଵରେ ରହିବେ । ସୂଚନା ଅନୁଯାୟୀ , ଧବଳେଶ୍ଵର ପୀଠରେ ପଞ୍ଚୁକ ଯାତ୍ରା ପାଇଁ ୧୪୪ ଧାରା ଜାରି ହୋଇଥିବାବେଳେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ । ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । କୋଭିଡ଼ ଯୋଗୁଁ ଗତବର୍ଷ ମଧ୍ୟ ଧବଳେଶ୍ୱର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା ।