ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର, ଏବଂ ଏଲିନା ଦାସ ଏକ ସମ୍ବାଦିକ ସମ୍ମିଳନୀରେ ଓଡିଶା କଂଗ୍ରେସ ର ହରତାଳ ର ଡାକରା ଆଜି ଏକ ମଜାକରେ ପରିଣତ ହୋଇଛି ବୋଲି ସୂଚନାଦେଇଥିଲେ । ଏହି ଘଟଣାକୁ ଗତକାଲି ବିଜେଡି ନିନ୍ଦା କରିଥିଲା ଆଜିବି ନିନ୍ଦା କରୁଛି । ପୀଡ଼ିତା ବାପା ମାଆ ଯେତେବେଳେ ଅନୁରୋଧ କରିଥିଲେ ଯେ ତାଙ୍କ ଝିଅଙ୍କୁ ବଦନାମ ନକରାଯାଉ ,ବିରୋଧୀ ଦଳ ମନେ ଏହି ପ୍ରସଙ୍ଗରେ ନିମ୍ନ ମାନର ରାଜନୈତିକ ଫାଇଦା ଉଠାଇଛନ୍ତି। ଆଜିର ହରତାଳରେ କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ଘରୁ ବାହାରିଥିଲେ । ଏଥିରୁ ଜଣା ପଡୁଛି ଏହି ହରତାଳ ବିଫଳତା ଯାହା ସାଧାରଣ ଜନତା ଗ୍ରହଣ କରୁନାହାନ୍ତି। କେନ୍ଦ୍ରରେ ରାହୁଲ୍ ଗାନ୍ଧୀ ମୋଦୀ ସରକାର୍ ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗରେ ଲଢ଼ୁଥିବା ବେଳେ ଓଡ଼ିଶା କଂଗ୍ରେସ୍ ଓଡିଶା ବିଜେପି ର ଇସାରାରେ ନଚୁଛି । ଯାହା ରାହୁଲ୍ ଗାନ୍ଧୀଙ୍କ ଅଗୋଚରରେ ଏହିପରି କାର୍ଯ୍ୟ କରାଯାଉଛି । ଓଡିଶା ବିଜେପି ଓଡ଼ିଶା କଂଗ୍ରେସ୍ ର ନେତା ମାନଙ୍କୁ ନିଜ ହିସାବରେ ନଚାଉଛି । ପୀଡ଼ିତା କୁ ନେଇ ରାଜନୀତି କରୁଥିବା ବିଜେପି ଓ କଂଗ୍ରେସ କୁ ସାଧାରଣ ଲୋକ ମାନେ କେବେ ଭି ଗ୍ରହଣ କରିବେନି ବୋଲି ସସ୍ମିତ ପାତ୍ର କହିଥିଲେ।
ଓଡିଶା କଂଗ୍ରେସ ଓ ଓଡ଼ିଶା ବିଜେପି ମଧ୍ୟରେ ହୋଇଥିବା ପ୍ରାୟୋଜିତ ମେଣ୍ଟ ଯାହା ହିନ୍ନ ରାଜନୀତିକ କରିଚାଲିଛି । ଆଗକୁ ପଚାୟତ ନିର୍ବାଚନ ଥିବାରୁ ଉଭୟ ଦଳ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାକୁ ପ୍ରୟାସ କରୁଛନ୍ତି । ଏହା ପୀଡ଼ିତାଙ୍କ ପରିବାର ଉପରେ କଣ ପ୍ରବାହ ପଡୁଥିବ ତାହା କେବେ ଭାବିନାହାନ୍ତି ବୋଲି ପ୍ରବକ୍ତା ଏଲିନା ଦାସ କହିଥିଲେ।