ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ସରକାରଙ୍କ ଘୋଷିତ ୮ମ ରାଜ୍ୟ ଟେଲି ପୁରସ୍କାର ରେ ବିଭ୍ରାଟ ଯୋଗୁ ଓଟା ଅସନ୍ତୋଷ ପ୍ରକାଶ କରି ଆଜି ଏକ ସାମ୍ବାଦୀକ ସମ୍ମିଳନୀର ଆୟୋଜନ କରି ଏହାର ଦାବୀ ଉପସ୍ଥାପନା କରିଛି।
ଓଟା ଦାବୀ କରିଛି ଯେ , ଘୋଷିତ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ଜୁରୀ କମିଟିକୁ ସମ୍ପୂର୍ଣ୍ଣ ରୂପେ ବରଖାସ୍ତ କରି ଏକ ନୂତନ ଜୁରୀ କମିଟି ଦ୍ବାରା ଧାରାବାହିକ ମାନଙ୍କ ମଧ୍ୟରୁ ପୁରସ୍କାରକୁ ଚୟନ କରାଯାଉ। ୨୦୧୩ ସଂଶୋଧନ ଓଡିଶା ଟେଲି ପୁରସ୍କାରରେ ନିୟମ ରହିଥିବା ୪୫ମିନିଟରୁ ଉଦ୍ଧ କୌଣସି ଟେଲି ଫିଲ୍ମ ପର୍ଯ୍ୟାୟରେ ବିଚାରକୁ ନିଆଯିବ ନାହିଁ । ଟେଲିଭିଜନରେ ପ୍ରସାରିତ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଫିଚର ଫିଲ୍ମ କୁ ଯଦି ଟେଲି ଫିଲ୍ମରେ ସାମିଲ କରାଯାଏ ତେବେ ଘଣ୍ଟାଏ ଅବଧିର ଧାରାବାହିକ କଳାକାରମାନେ ତାହା ସହ ପ୍ରତିଯୋଗୀତା କରିପାରିବେ କି ? ୨୦୧୩ ଓଡିଶା ଟେଲି ପୁରସ୍କାରରେ ଥିବା ବ୍ୟବସ୍ଥା ଅନୁଯାୟୀ ଚଳିତ ବର୍ଷଠାରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ନାମରେ ନାମିତ ଶ୍ରେଷ୍ଠ ଧାରାବାହିକ କୁ ଦିଆଯାଉ । ପୂର୍ବ ଘୋଷଣା ଅନୁସାରେ ଆଗାମୀ ବର୍ଷଠାରୁ ଜୟଦେବ ପୁରସ୍କାର ଢାଞ୍ଚାରେ ଜୀବନ ବ୍ୟାପୀ ( ଟେଲିଭିଜନ ) ସାଧାନା ପାଇଁ ବ୍ୟବସ୍ଥା ଥିବା ଦୁଖୀରାମ ସ୍ଵାଇଁ ପୁରସ୍କାର ଆଗାମୀ ବର୍ଷଠାରୁ ଆରମ୍ଭ ହେଉ । ଆଗାମୀ ଦିନରେ ଜୁରୀ ଚୟନରେ ଟେଲିଭିଜନରେ ବିଶେଷ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବଙ୍କୁ ଗୁରୁତ୍ୱ ଦିଆଯାଉ ।
ଏହାସହ ବିଶେଷ ଭାବରେ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ଯାହାକି ନିକଟରେ ଘୋଷଣା କରାଯାଇଛି ତାହାକୁ ସ୍ଥଗିତ କରି ନୂତନ ଭାବରେ ଜୁରୀ କମିଟି କରି ପୁନର୍ବାର ଏହି ପୁରସ୍କାର ଗୁଡିକୁ ଘୋଷଣା କରାଯାଉ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଓଟା ର ସାଧାରଣ ସମ୍ପାଦକ ନରେନ୍ଦ୍ର ପାତ୍ର , ଉପସଭପତି କୀର୍ତ୍ତି ମହାନ୍ତି , ଯୁକ୍ତ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ଵାଳ , କାର୍ଯ୍ୟନିର୍ବାହୀ ସଦସ୍ୟ ସୁଶିଲ ମିଶ୍ର ହାସ୍ୟ ଅଭିନେତା ଗୁଡୁସମେତ ଅନ୍ୟ ସଦସ୍ୟ ମନେ ଉପସ୍ଥିତ ଥିଲେ।