ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ରେ ଟିକିଏ ସୁଧାର ଆସିଛି ତେଣୁ ଧୀରେ ଧୀରେ କରି ରାଜ୍ୟରେ ବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏବେ ନଭେମ୍ବର୧୫ ତାରିଖରୁ କ୍ଲାସରୁମରେ ପାଠ ପଢ଼ିବେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପିଲାମାନେ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନ କଟକଣା ମଧ୍ୟରେ ସ୍କୁଲ ଆସିବେ ପିଲାମାନେ।
ଏହା ପୂର୍ବରୁ ଅକ୍ଟୋବରରେ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କର କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଥିଲା। କୋଭିଡ ପାଇଁ ରାଜ୍ୟରେ ଦୀର୍ଘ ଦିନ ପାଇଁ ବିଦ୍ୟାଳୟ ବନ୍ଦ ହୋଇ ରହିଥିଲା। ଏହା ଫଳରେ ପାଠପଢ଼ା କ୍ଷତି ହୋଇଛି। ପାଖାପାଖି ୨୦ମାସ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲାଯାଉଛି।