ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଧନ୍ଦାମୂଳକ ଶିକ୍ଷା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଧନ୍ଦାମୂଳକ ଶିକ୍ଷା ସଂଘର ସମସ୍ତ ଟ୍ରେନର ଉତ୍କଳ ସମ୍ବାଦିକ ସଂଘ ଭୁବନେଶ୍ବର କାର୍ଯ୍ୟାଳୟ ଠାରେ ଯୋଗଦେଇଥିଲେ । ୫ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଭି ଟି ପି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଟ୍ରେନର ମାନଙ୍କୁ ବକେୟା ଦରମା ତୁରନ୍ତ ଏକ ସପ୍ତାହ ମଧ୍ୟରେ ପ୍ରଦାନ କରାଯାଉ। ନଚେତ ସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ସହ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି। ଦୁଇଟି ଭି ଟି ପିକୁ ତୁରନ୍ତ ବରଦଖାସ୍ତ କରାଯାଉ। ଆମେ ଚାକିରି କରିଥିବା ଆଉଟ ସୋରସିଂଙ୍ଗକୁ ରାଜ୍ୟସରକାର ତୁରନ୍ତ ଅନୁମୋଦନ ଦିଅନ୍ତୁ।ସର୍ବନିମ୍ନ ଦରମା ୧୫୦୫୦ କୁ ୨୫୦୦୦ କରାଯାଉ। ଏବଂ ଚାକିରୀ ସୁରକ୍ଷାପାଇଁ ସରକାର ଏକ ସ୍ଥାୟୀ ଯୋଜନା ଆଣନ୍ତୁ।