ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ମାଟିରେ ଔଷଧୀୟ ଗୁଣକୁ ବଖାଣିବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମାଟି ସ୍ନାନ କରିଛନ୍ତି । ଦେହରେ କେଉଁ ସ୍ଥାନର ମାଟି ବୋଳି ହେଲେ ଶରୀରକୁ କି ଫାଇଦା ମିଳେ, କହିଲେ ବାଚସ୍ପତି। ବାଚସ୍ପତିଙ୍କ ଏବେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡିଓରେ ବାଚସ୍ପତି ନିଜ ଶରୀରରେ ମାଟି ବୋଳି ହୋଇଛନ୍ତି। ଏବଂ ମାଟିରେ ଲୁଚି ରହିଥିବା ଔଷଧୀୟ ଗୁଣ ବିଷୟରେ କହିଛନ୍ତି।ମାଟିରେ ଥିବା ଔଷଧୀୟ ଗୁଣ ଦେହରୁ ବ୍ୟାକ୍ଟେରିଆ ଗୁଡିକ ମାରିଥାଏ ବୋଲି ଡଃ ପାତ୍ର ସୂଚନା ଦେଖଛନ୍ତି।