ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ. ଏସ୍ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।ନବୀନ-ଜଗନଙ୍କ ଏହି ଭେଟଘାଟ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ଥିବା ବହୁ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି। ବିଶେଷକରି ଦୁଇ ରାଜ୍ୟ ମଧ୍ୟରେ ସୀମା , ଜଳ ଓ ଭାଷା କୁ ନେଇ ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି। ତାସହ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ କୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଦଳ ଦୀର୍ଘଦିନ ଧରି ଉଭୟ ଏନ୍ଡିଏ ଏବଂ ୟୁପିଏ ଠାରୁ ସମଦୂରତ୍ୱ ରକ୍ଷା କରି ଆସୁଛନ୍ତି। ଉଭୟ ରାଜ୍ୟରେ କେନ୍ଦ୍ରୀୟ ଅନୁଦାନ ଓ ଅବହେଳା କୁ ନେଇ ଅଭିଯୋଗ କରୁଛନ୍ତି । ତାସହ ଦରଦାମ୍ ଓ ବିଭିନ୍ନ ପ୍ରସଂଗ କୁ ନେଇ ଆଞ୍ଚଳିକ ଦଳମାନେ ମୋଦୀ ସରକାରଙ୍କ ଖୋଲାଖୋଲି ବିରୁଧ କଲେଣି।
ଏପରିସ୍ଥଳେ ଉଭୟଙ୍କ ସାକ୍ଷାତ ସମୟରେ ବର୍ତ୍ତମାନର ଏକ କେନ୍ଦ୍ର ବିରୋଧି ରାଜନୈତିକ ମେଣ୍ଟ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଅଛି । ଦେଶରେ ପୁର୍ବଭାରତରେ ବିଜେପି ଦୁର୍ବଳ ଥିବା ବେଳେ ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟକୁ ଦଖଲ କରିବାକୁ ପ୍ରୟାସ କରୁଛି। ଅନ୍ୟପକ୍ଷେ ଆଞ୍ଚଳିକ ଦଳ ମାନେ ନିଜକୁ ସଂଗଠିତ କରି ମୋଦିଙ୍କୁ ଚେକ୍ ଦେବାପାଇଁ ନିଜ ରଣନୀତି ପ୍ରସ୍ତୁତ କଲେଣି। ଯାହାର ବଳିଷ୍ଠ ଉଦାହରଣ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ । ନବୀନ-ଜଗନଙ୍କ ଏହି ଭେଟଘାଟ ଏବେ ଦେଶରେ ଆଞ୍ଚଳିକ ଦଳ ମାନଙ୍କୁ ନେଇ ଜାତୀୟ ସ୍ତରରେ ମେଣ୍ଟ ଗଠନ ହେବାର ସମ୍ଭାବନା ଥିବାର ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।