ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଉଦଳା ଠାରେ ଆଜି ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଆମେ ଭଞ୍ଜ କଳାକାର ସଙ୍ଗଠନ ପକ୍ଷରୁ ଏହି ମାଗଣା ଚକ୍ଷୁ ଶିବିର ଆୟୋଜିତ କରାଯାଇଥିଲା । ଯାହାକି ଏହି ଶିବିରରେ ଅନେକ ଚକ୍ଷୁ ରୋଗୀ ଆସି ନିଜର ଚକ୍ଷୁ ପରୀକ୍ଷା କରାଇବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଯେଉଁ ଚକ୍ଷୁ ରୋଗୀଙ୍କର ସମସ୍ୟା ତୁରନ୍ତ ସମାଧାନ ନ ହୋଇପାରିବ ସେମାନଙ୍କୁ ପରବର୍ତ୍ତୀ ସମୟରେ ବାରିପଦା ରଙ୍ଗାମାଟିଆ ଚକ୍ଷୁ ଡାକ୍ତରଖାନାରେ ସେମାନଙ୍କର ମାଗଣା ଚିକିତ୍ସା କରାଯିବ ବୋଲି ଜଣାଯାଇଛି । ଏହି ଶିବିର ପରିଚାଳନାରେ ଭଞ୍ଜ କଳାକାର ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ ।( ଆଲୋକ କୁମାର ବେହେରା)