ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବହୁ ଅନ୍ତ ଘଟାଇ ଓଡିଶା ମାଟିରେ ପାଦ ଦେଇଛନ୍ତି ଜଗନ। ବିଜେଡି ନେତା ବିକ୍ରମ ରଞ୍ଜିତ ପଟ୍ଟନାୟକ ଙ୍କ ସହ ବିଜେଡି ଯୁବ ନେତା ମାନେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ଵାଗତ ଜଣାଇଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ. ଏସ୍ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବିଶେଷକରି ଦୁଇ ରାଜ୍ୟ ମଧ୍ୟରେ ସୀମା , ଜଳ ଓ ଭାଷା କୁ ନେଇ ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି।