ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ଵର ମହାନଗର ନିଗମ ( ବିଏମ୍ସି ) ରେ କିଛି ଅନ୍ତରୀଣ ଅଦଳବଦଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୂଆ ଅଧିକାରୀଙ୍କୁ ମଧ୍ୟ ବିଏମ୍ସିରେ ସାମିଲ କରାଯାଇଛି । ତଦନୁଯାୟୀ ଡେଲାଙ୍ଗ ବ୍ଲକ୍ର ପୂର୍ବତନ ତହସିଲ୍ଦାର ଓ ଏଏସ୍ – ୧ ( ଜେବି ) ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଏମ୍ସି ଦକ୍ଷିଣ – ପୂର୍ବ ଜୋନ୍ର ଜୋନାଲ୍ ଡେପୁଟି କମିଶନର ଭାବେ ଦାୟିତ୍ଵ ମିଳିଛି । ସେହିପରି ଦକ୍ଷିଣ – ପୂର୍ବ ଜୋନ୍ର ଜୋନାଲ୍ ଡେପୁଟି କମିଶନର ଭାବେ ଦାୟିତ୍ଵ ତୁଲାଉଥିବା ଅଂଶୁମାନ ରଥଙ୍କୁ ଆସିଷ୍ଟାଣ୍ଟ କମିଶନର ଭାବେ ବିଏମ୍ସି ମୁଖ୍ୟାଳୟରେ ନିଯୁକ୍ତ କରାଯାଇଛି । ଶ୍ରୀ ରଥ ବିଏମ୍ସି ରାଜସ୍ୱ ବିଭାଗ ଉପଆୟୁକ୍ତଙ୍କ ଅଧୀନରେ ରହି ନିଜ କାର୍ଯ୍ୟ ନିର୍ବାହ କରିବେ । ସେହିପରି ସହକାରୀ ଆୟୁକ୍ତ ଲିଲନ ପ୍ରସାଦ ସାହୁ ପୂର୍ବପରି ବିଏମ୍ସି ଯୋଗାଯୋଗ ବିଭାଗ ଦାୟିତ୍ଵ ସହ ଜମି ବାଡ଼ି ଓ ଉଚ୍ଛେଦ ସମ୍ବନ୍ଧୀୟ କାର୍ଯ୍ୟ ନିର୍ବାହ କରିବେ ବୋଲି ନିର୍ଦ୍ଦେଶ ପ୍ରକାଶ ପାଇଛି । ଯଥାଶୀଘ୍ର ନିଜ ନିଜ ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗ ଦେବାକୁ ବିଏମ୍ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।