ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ହେରିଟେଜ ରାଇଡରେ ସାମିଲ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିସହ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି। ଗତକାଲି ନୀଳାଦ୍ରି ବେଳାଭୂମିରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଗଦାଧର ହାଇସ୍କୁଲର ୩୪ ଜଣ ଛାତ୍ରଛାତ୍ରୀ ପ୍ରଥମେ ପୌରସଂସ୍ଥାରେ ପହଞ୍ଚିଥିଲେ ଓ ସେଠାରେ ସେମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଅବଗତ କରାଯାଇଥିଲା । ଏହାପରେ ସେମାନେ ରାଧକାନ୍ତ ମଠ ବୁଲିବା ସହ ସେଠାରେ ସେମାନଙ୍କୁ ଚୈତନ୍ୟଙ୍କ ଭକ୍ତିଯୋଗ ସଂପର୍କରେ ଧାରଣା ଦିଆଯାଇଥିଲା । ଏହାପରେ ସେମାନେ ସିଦ୍ଧବକୁଳ ମଠ, ଶଙ୍କରାଚାର୍ଯ୍ୟ ମଠ, ଜିଆର ସ୍ବାମୀ ମଠ, କରାଳ ଆଶ୍ରମ ଆଦି ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ଓ ଇକୋ ଟ୍ୟୁରିଜିମ ଫାଉଣ୍ତେସନ ସହଯୋଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ରାଉତରାୟ, ଶିକ୍ଷକ ଶ୍ରୀ କାମଦେବ ପ୍ରଧାନ, ବେୟାରଫୁଟ ଅନୁଷ୍ଠନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।(ରିର୍ପୋଟ: ଶଙ୍କର ସରକାର)