ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଭୁବନେଶ୍ୱର ବିମାନ ବନ୍ଦର ଠାରେ ୫କୋଟି ୪୨ଲକ୍ଷ ଟଙ୍କା ର ୨ଟି ଓଭର ବ୍ରିଜ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଦ୍ୱାରା ଉଦଘାଟିତ ହେଇଛି। ଏହି ବିମାନ ବନ୍ଦର ରେ ପ୍ରତି ମାସ ପାଖା ପାଖି ୨୫ଲକ୍ଷ ଲୋକ ଯିବା ଆସିବା କରନ୍ତି। ଭୁବନେଶ୍ୱର ଏହି ବିମାନ ବନ୍ଦର ରେ ଆଗରୁ ୨ଟି ଏରୋ ବ୍ରିଜ ଥିଲା ଏବଂ ଆଜି ଆଉ ଦୁଇଟି ଏରୋବ୍ରିଜ ସାଂସଦ ଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଏହା ଫଳରେ ବରିଷ୍ଠ ନାଗରିକ, ଶିଶୁ, ମହିଳା ଓ ଭିନ୍ନ କ୍ଷମ ଏହି ସେବା ଦ୍ବାରା ଅଧିକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।କିଛି ଦିନ ପୂର୍ବେ ଭୁବନେଶ୍ୱର ରୁ ଜୟପୁର କୁ ସିଧାସଳଖ ବିମାନ ଯିବା ଆସିବା ର ବ୍ୟବସ୍ତା କରାଯାଇଥିଲା। ଭୁବନେଶ୍ୱର ଠାରୁ ଜାମ୍ମୁ,ଭୁବନେଶ୍ୱର ଠାରୁ ଗୋହାଟି, ଭୁବନେଶ୍ୱର ଠାରୁ ଶିରିଡି ପର୍ଯ୍ୟନ୍ତ ସିଧା ସଳଖ ବିମାନ ଯିବା ଆସିବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିମାନ ଚଳା ଚଳ ମନ୍ତ୍ରୀ ଜ୍ୟୋତିରା ଦିତ୍ୟ ସିନ୍ଧ୍ୟା ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଭୁବନେଶ୍ୱର ଏୟାରପୋର୍ଟ କୁ ଭାରତର ଏକ ନମ୍ବର ବିମାନ ବନ୍ଦର କରିବା ପାଇଁ ମୋଦୀ ସରକାର ସବୁବେଳେ ପ୍ରଚେଷ୍ଟା କରୁଛନ୍ତି ବୋଲି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମ କୁ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ବିମାନବନ୍ଦର ପରିଚାଳକ ମୁଖ୍ୟ ଉପସ୍ଥିତ ଥିଲେ।