ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରାଖଣ୍ଡ: ପର୍ବତ କୋଳରେ ଅବସ୍ଥିତ ମହାଦେବଙ୍କର କେଦାରନାଥ। ପ୍ରବଳ ତୁଷାରପାତ ପାଇଁ ଏହି ମନ୍ଦିର କେବଳ ବର୍ଷକୁ ୬ମାସ ଖୋଲାଯାଇଥାଏ। ଶୀତଋତୁକୁ ଦୃଷ୍ଟିରେ ରଖ୍ ଶନିବାରଠାରୁ ଉତ୍ତରାଖଣ୍ଡର କେଦାରନାଥ ଓ ଯମୁନେତ୍ରୀ ମନ୍ଦିରକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି । ଆସନ୍ତା ୨୦ରୁ ବଦ୍ରିନାଥ ମନ୍ଦିରକୁ ୬ ମାସ ପାଇଁ ବନ୍ଦ ରଖାଯିବ ବୋଲି ଉତ୍ତରାଖଣ୍ଡ ଚାର୍ଧାମ୍ ଦେବସ୍ଥାନମ ପରିଚାଳନା ବୋର୍ଡ ପକ୍ଷରୁ କୁହାଯାଇଛି । ପରମ୍ପରା ଅନୁଯାୟୀ ଶନିବାର ପୂଜାପାଠ ଶେଷହେବା ପରେ କେଦାରନାଥସ୍ଥିତ ଶିବଙ୍କ ଦଣ୍ଡକୁ ପାଲିଙ୍କିରେ ନିଆଯାଇ ଉଷୁମଠସ୍ଥିତ ଓଁକାରେଶ୍ଵର ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଯମୁନେତ୍ରୀରୁ ଦେବୀ ଯମୁନାଙ୍କ ବିଗ୍ରହକୁ ଖାରସାଲି ନିକଟସ୍ଥ ଜାନକୀ ଛଭିକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାରଗଙ୍ଗୋତ୍ରୀ ମନ୍ଦିରକୁ ମଧ୍ୟ ୬ ମାସ ପାଇଁ ବନ୍ଦ କରାଯାଇଛି । ଫଳରେ ସେପ୍ଟେମ୍ବର ୧୮ରୁ ରାଜ୍ୟରେ ଆରମ୍ଭ ବଦ୍ରିନାଥ , ହୋଇଥିବା ଚାରିଧାମ ଯାତ୍ରା କେଦାରନାଥ , ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ) ର ପରିସମାପ୍ତି ୨୦ରେ ଘଟିବାକୁ ଯାଉଛି । ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ପ୍ରାୟ ପାଞ୍ଚ ଲକ୍ଷ ଭକ୍ତ ଚାର୍ଧାମ ଯାତ୍ରାରେ ସାମିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।