ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଶନିବାର ପୂର୍ବାହ୍ନରେ ବସିବ ସର୍ବଦଳୀୟ ବୈଠକ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସର୍ବଦଳୀୟ ବୈଠକ ହେବ। । ସୂଚନାମୁତାବକଳ ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ବା ପ୍ରତିନିଧ୍ଵଙ୍କ ସହ ବିଚାରବିମର୍ଶ କରିବେ । ନିର୍ବାଚନ ତାରିଖ ଠାରୁ ଆରମ୍ଭ କରି ଭୋଟର ତାଲିକା ପ୍ରସ୍ତୁତି ପର୍ଯ୍ୟନ୍ତ ନେଇ ସମସ୍ତ ବିଷୟରେ ଆଲୋଚନା କରାଯିବ। ତେବେ ଏହି ବୈଠକରେ ପଞ୍ଚାୟତ ନିର୍ବାଚନ ତାରିଖ ମଧ୍ୟ ଧାର୍ଯ୍ୟହେବା ନେଇ ଆଲୋଚନା ହେବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ବିଁୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ସ୍ତରରେ ସଂରକ୍ଷଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳମାନେ ଚୂଡ଼ାନ୍ତ ତାଲିକା ପୂର୍ବରୁ ପଠାଇ ସାରିଛନ୍ତି । ଦ୍ୱିତୀୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛି । ଏହା ପରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ ତେଣୁ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ନିର୍ବାଚନ ନିମନ୍ତେ ସର୍ବଦଳୀୟ ବୈଠକ ଡକାଯାଇଛି । ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି , ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇପାରିବେ । କୋଭିଚ୍ – ୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ଏହି ବୈଠକରେ ଯୋଗଦେବା ପାଇଁ ଲିଖିତ ଅନୁରୋଧ କରାଯାଇଛି ।