ସନଷ୍ଟାର ଟିଭି ବ୍ୟୁରୋ
ବ୍ରାଜିଲ:ବ୍ରାଜିଲର ଗାୟିକା ମାରିଲିଆ ମେଣ୍ଡୋଙ୍କା ଶୁକ୍ରବାର ଦିନ ତାଙ୍କ ମ୍ୟାନେଜର ଏବଂ ସହାୟକଙ୍କ ସହ ମୀନାସ୍ ଜେରାଇସ୍ ରାଜ୍ୟରେ ବିମାନ ଦୁର୍ଘଟଣା ଗ୍ରସ୍ତରେ ପ୍ରାଣ ଯାଇଛି।
ମାରିଲିଆ ମେଣ୍ଡୋଙ୍କାଙ୍କ ପ୍ରେସ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ଦୁର୍ଘଟଣାରେ ତାଙ୍କ ନିର୍ମାତା ହେନ୍ରିକ୍ ରିବିରୋ, ସହାୟକ ଆବିସିଲି ସିଲଭାଇରା ଡିଆସ୍ ଫିଲହୋ ଏବଂ ବିମାନର ଉଭୟ ପାଇଲଟ୍ ଏବଂ ସହ-ପାଇଲଟ୍ ମଧ୍ୟ ପ୍ରାଣ ହରାଇଛନ୍ତି।
ମାରିଲିଆ ମେଣ୍ଡୋଙ୍କା ୨୦୧୯ ଲାଟିନ୍ ଗ୍ରାମି ଜିତିଥିଲେ । ସେ ସୋସିଆଲ ମିଡିଆରେ ଶୁକ୍ରବାର ଦିନ ବିମାନରେ ବସିଥିବା ଏକ ଭିଡିଓ ପୋଷ୍ଟ କରିଥିଲେ। ବିମାନଟି ପଶ୍ଚିମ ଗୋୟାନିଆ ସହରରୁ କାରାଟିଙ୍ଗା ଅଭିମୁଖେ ଯାତ୍ରା କରିଥିଲା, ଯେଉଁଠାରେ ୨୬ ବର୍ଷିୟ ମେଣ୍ଡୋଙ୍କା ଶୁକ୍ରବାର ଦିନ ଏକ କନ୍ସର୍ଟ ଧାର୍ଯ୍ୟ କରିଥିଲେ,ବୋଲି ସୂଚନାମିଳିଛି।
ଦୁର୍ଘଟଣାର କାରଣ ଅନୁସନ୍ଧାନ ଚାଲିଥିଲା କିନ୍ତୁ ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ କମ୍ପାନୀ ସେମିଗ୍ ଏକ ବିବୃତ୍ତିରେ କହିଛନ୍ତି ଯେ ବିମାନଟି ଭୂମିରେ ପଡ଼ିବା ପୂର୍ବରୁ କମ୍ପାନୀର ମାଲିକାନା ଥିବା ବିଦ୍ୟୁତ୍ ବିତରଣ ଲାଇନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟରରେ କହିଛନ୍ତି ଯେ ଏହି ଖବର ଶୁଣି ସମଗ୍ର ଦେଶ ଚକିତ ହୋଇଯାଇଛନ୍ତି ଏବଂ ମେଣ୍ଡୋଙ୍କା ତାଙ୍କ ପିଢ଼ିର ଅନ୍ୟତମ ମହାନ କଳାକାର ବୋଲି ସେ କହିଛନ୍ତି। ବୋଲସନାରୋ ଟ୍ୱିଟ୍ କରି କହିଛନ୍ତି ଯେ ଆମକୁ ଲାଗୁଛି ଯେ ଆମର ଅତି ନିକଟ ବ୍ୟକ୍ତିଙ୍କୁ ଆମେ ହରାଇଛୁ। ଗତ ବର୍ଷ, ଯେତେବେଳେ କୋଭିଡ -୧୯ ମହାମାରୀ ବ୍ରାଜିଲରେ ବ୍ୟାପକ ଲକଡାଉନ୍ ସୃଷ୍ଟି କରିଥିଲା, ମେଣ୍ଡୋଙ୍କାଙ୍କ ଦ୍ୱାରା ଏକ କନ୍ସର୍ଟ୍ର ସିଧା ପ୍ରସାରଣ ୟୁଟ୍ୟୁବ୍ ପାଇଁ ଏକ ବିଶ୍ୱ ରେକର୍ଡ ଶିଖରେ ପହଞ୍ଚିଥିଲା,ଏହା ୩.୩ନିୟୁତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।