ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୀଡିତା ମହିଳାଙ୍କୁ ନେଇ ଭାରତୀୟ ଜନତା ପାର୍ଟି ସବୁବେଳେ ଶସ୍ତା ରାଜନୀତି କରି ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି । ଭାରତୀୟ ଜନତା ପାର୍ଟି ଅନେକ ଗୋଷ୍ଠୀରେ ବିଭକ୍ତ ହୋଇସାରିଛନ୍ତି । ରାଜନୈତିକ ମାଇଲେଜ୍ ନେବାପାଇଁ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖିବାପାଇଁ ବିରୋଧି ପ୍ରୟାସ କରୁଛି । ଓଡ଼ିଶାକୁ ଜାତୀୟସ୍ତରରେ ବଦନାମ କରି ବିଜେପି ବାଃ ବାଃ ନେବାକୁ ଚେଷ୍ଟା କରୁଛି।ନିର୍ବାଚନ ଆଗକୁ ଥିବାରୁ ବିଜେପି ଏହି ଭଳି ସମ୍ବେଦନଶୀଳ ପ୍ରସଙ୍ଗ ସହ ରାଜନୀତି କରେ । ଏଭଳି ନିମ୍ନ ସ୍ତରରେ ରାଜନୀତି କଲାବେଳେ ବିଜେପି ଓ କଂଗ୍ରେସ କେବେ ଭାବନ୍ତି ନାହିଁ ପୀଡିତା ଓ ତାଙ୍କ ପରିବାର ଉପରେ ଏହାର ପ୍ରଭାବ କଣ ପଡିବ। ଭୋଟ ସର୍ବସ୍ବ ରାଜନୀତି କରୁଥିବା ବିଜେପି ଓ କଂଗ୍ରେସ ପୀଡିତା ଙ୍କୁ ନ୍ୟାୟ ଦେବା ପାଇଁ କେବେବି ଚାହାନ୍ତିନାହିଁ । ଏହି ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଭଳି ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ବିଜେପି ରାଜନୀତି କରିଥିଲା ବୋଲି ବିଜେଡି ଅଭିଯୋଗକରିଛି। ବିଜେଡି ବିଜେପିକୁ କାଉଣ୍ଟର କରିବା ସହ ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପ୍ରସଙ୍ଗକୁ ନେଇ ଭିଡ଼ିଓ ଜାରି କରି ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର ଓ ରାଜ୍ୟ ପ୍ରବକ୍ତା ଏଲିନା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।