ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଶ୍ରୀଜଗନ୍ନାଥ ସଂସ୍କୃତି ଓ ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ତ୍ରୁଟିକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା। ଏହି ସଭାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଯେ ପର୍ଯ୍ୟନ୍ତ ସମ୍ବିତ ପାତ୍ର ନିସର୍ତ୍ତ କ୍ଷମା ପ୍ରାଥନା କରିନାହାନ୍ତି ସେ ପର୍ଯ୍ୟନ୍ତ ଜଗନ୍ନାଥ ମାଟି ରେ ପାଦ ରଖିପାରିବେନି ବୋଲି ବିଜେଡି ଯୁବ ଓ ଛାତ୍ର କର୍ମୀ ମାନେ କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କର ନାମରେ ତ୍ରୁଟିକୁ ନେଇ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ପ୍ରତିବାଦ କରାଯାଇଥିଲା।
ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।