ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ . ଜଗନମୋହନ ରେଡ୍ଡି ଆସନ୍ତା ୯ ତାରିଖରେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଜଗନଙ୍କ ଏହି ଗସ୍ତ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ବୋଲି ଜଣାପଡ଼ିଛି । ନବୀନ ଓ ଜଗନଙ୍କ ମଧ୍ୟରେ ଭୁବନେଶ୍ଵରରେ ହେବାକୁ ଥିବା ଏହି ଗୁରୁତ୍ଵପୂର୍ଣ୍ଣ ସାକ୍ଷାତ ଉପରେ ଉଭୟ ରାଜ୍ୟବାସୀଙ୍କ ନଜର ରହିଛି । ବିଶେଷ କରି ବଂଶଧାରା ନଦୀ ଉପରେ ନେରାଡି ବ୍ୟାରେଜ ନିର୍ମାଣ ନେଇ ଓଡ଼ିଶା ସରକାରଙ୍କ ସହାୟତା ଲୋଡ଼ିବା ଏବଂ ପୋଲାଭରମ ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିବା ତାଙ୍କର ଓଡ଼ିଶା ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ବୈଠକରେ ପୋଲାଭରମ , କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ , ବଂଶଧାରା ପ୍ରକଳ୍ପ ଉପରେ ଆଲୋଚନା ହେବ । ତେବେ ଏହି ବୈଠକ ପରେ କିଛି ନା କିଛି ସମାଧାନର ବାଟ ଫିଟିବ ବୋଲି ସୂଚନା ମିଳୁଛି। ତେବେ ଚଳିତ ନଭେମ୍ବରରେ ବଂଶଧାରା ଟ୍ରିବ୍ୟୁନାଲ ମାମଲାର ରଫାଦଫା କରିବାକୁ ସ୍ଥିର କରିଛି।