ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଲାଲକିଲା ହୋଟେଲ ସେମିନାର ହଲରେ L3 endevour ନାମିତ ଏକ ପ୍ରଶ୍ନ ଶିକ୍ଷା ଭିତ୍ତିକ ତଥା ମନୋରଞ୍ଜନ ଧର୍ମି ଆପ ଉନ୍ମୋଚନ କରାଯାଇଥିଲା ।ଇଞ୍ଜିନିୟର ଶିକ୍ଷାବିତ ତଥା ବୈଜ୍ଞାନିକ ମାନଙ୍କ ଦ୍ବାରା ପରିଚାଳିତ ଏହି Application ଟି ପ୍ରଶ୍ନତଃ ଯୁକ୍ତ ଦୁଇ କଳା , ବିଜ୍ଞାନ ଏବଂ ବାଣିଜ୍ୟ ର ସମସ୍ତ ପାଠ୍ୟକ୍ରମ ଯାହା ଓଡିଶା ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଚଳିତ ପାଠ୍ୟଖସଡ଼ା କୁ ଭିତ୍ତିକରି ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଯାହାକୁ ଓଡିଶା ର ସମସ୍ତ ଛାତ୍ର ଛାତ୍ରୀ ଗ୍ରହଣ କରିପାରିବେ ଏବଂ ପରୀକ୍ଷା ରେ ଭଲ ନମ୍ବର ରଖି ପାରିବେ । ସେହିମାନେ ଏହି ଆପ୍ଲିକେସନ୍ ମାଧ୍ୟମ ରେ ସହଜ ରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାର ଆର୍ଥିକ ଦୁର୍ବଳ ଶ୍ରେଣୀ ର ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ଯେଉଁ ମାନେ ଟ୍ୟୁସନ୍ ପଢିବାକୁ ଅସମର୍ଥ ସେମାନଙ୍କ ପାଈଁ ଏହି ଆପ୍ଲିକେସନ୍ ଏକ ଭଲ ମାଧ୍ୟମ ହୋଇପାରିବ ବୋଲି ଆଶା କରାଯାଉଛି। ଅଭିଜ୍ଞ ବୈଜ୍ଞାନିକ , ଶିକ୍ଷାବିତ ମାନଙ୍କ ଦ୍ବାରା ପରିଚାଳିତ ଏହି ଆପ୍ଲିକେସନ୍ ଓଡିଶା ରେ ନିଶ୍ଚିତ ଭାବେ ଭଲ ପ୍ରଭାବ ପକାଇବ ବୋଲି ସଭା ରେ ଉପସ୍ଥିତ ବ୍ୟକ୍ତିମାନେ ନିଜ ନିଜର ମତ ପ୍ରକାଶ କରିଥିଲେ