ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର :ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ହାତିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ରାଇବଣିଆ ପୋଲିସ ଆସିପହଞ୍ଚିଛି। ସୂଚନା ଅନୁଯାୟୀ ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଚମାର ଗାଁ ଗ୍ରାମର ରାମଚନ୍ଦ୍ର ସାମଲଙ୍କ ସ୍ତ୍ରୀ ସଞ୍ଜୁକ୍ତା ର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗତକାଲି ରାତିରେ ସ୍ଥାନୀୟ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ପ୍ରସୂତି ବିଭାଗର ଡାକ୍ତର ଅନୁପସ୍ଥିତ ଥିବାରୁ ଦାନ୍ତ ବିଭାଗର ଡାକ୍ତର ପ୍ରସବ କରାଇଥିଲେ। ମାତ୍ର ପ୍ରସୂତି ମହିଳା ଜଣକ ପିଲା ଜନ୍ମଦେବାର କିଛି ସମୟ ପରେ ଶିଶୁର ମୃତ୍ୟୁ ହେଇଥିଲା। ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ପିଲାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି।ତେବେ ରାଇବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ।( ଆଲୋକ ଚନ୍ଦ୍ର ଘଡେଇ)