ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଯାଜପୁର ଉପକରାଗାର ପାଲଟିଛି ମିନି କାରଖାନା । ଏଠି ପ୍ରସ୍ତୁତ ହେଉଛି ଭଳିକି ଭଳି ଲଘୁ ଉଦ୍ୟୋଗ ସାମଗ୍ରୀ । ଏହାକୁ କୌଣସି ତାଲିମ ପ୍ରାପ୍ତ କର୍ମଚାରୀ ନୁହେଁ ଖୋଦ ଜେଲରେ ଥିବା ଅନ୍ତେବାସୀ ମାନେ ବନାଉଛନ୍ତି । ଆଉ ତାକୁ ବଜାରରେ ମଧ୍ୟ ବିକ୍ରି କରାଯାଉଛି। ଏଥିରୁ ସ୍ପଷ୍ଟ ଜେଲ କେବଳ ଦଣ୍ଡ ବିଧାନ ର ଗୃହ ନୁହେ ସ୍ଵାବଲମ୍ବି ଏବଂ ସଂସ୍କାର ମଧ୍ୟ ଦେଇଥାଏ । ଜେଲ, ନାଁ ଶୁଣିଲେ , ମନରେ ପ୍ରଥମେ ଭୟ ସୃଷ୍ଟି ହୋଇଉଠେ । ଜେଲ ଗଲେ ସାରା ଜୀବନ ଅନ୍ଧକାରମୟ ହୋଇଯାଏ ବୋଲି ତଥା କଥିତ ହୋଇ ଆସିଛି । ହେଲେ ଜେଲ ଭିତରେ ତିଆରି ଚାଲିଛି ଲଘୁ ଉଦ୍ୟୋଗ କଥା ଶୁଣିଲେ ଯେ କେହି ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ ଏ ଲଘୁ ଉଦ୍ୟୋଗ ପୁରା ପୁରୀ ଜେଲର ଅନ୍ତେବାସୀମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଯାଜପୁର ଜିଲ୍ଲା ଉପକରାଗାରର ଅନ୍ତେବାସୀମାଙ୍କ ଦ୍ଵାରା ଆରମ୍ଭ କରାହେଉଛି ଲଘୁ ଜାତୀୟ ସାମଗ୍ରୀ , ସମ୍ପୂର୍ଣ୍ଣ ଆଧୁନିକ ଜ୍ଞାନ କୌଶଳ ରେ ଅନ୍ତେବାସୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଛି ସମସ୍ତ ପ୍ରକାର ଲଘୁ ଜାତୀୟ ସାମଗ୍ରୀ । ଫିନାଇଲ , ଉଜାଲା , ହ୍ୟାଣ୍ଡୱାସ, ଲିକୁଇଡ ଡିଟରଜେଣ୍ଟ, ମହମ ବତୀ ଭଳି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଜେଲର କିଛି ଅନ୍ତେବାସୀ, ଯେଉଁମାନେ ବିଭିନ୍ନ ଅପରାଧରେ ଜେଲରେ ଏବେ ସଜା କାଟୁଛନ୍ତି । ଆଉ ଏ ସବୁକୁ ଜେଲ ସମ୍ମୁଖରେ ବିକ୍ରି ମଧ୍ୟ କରାଯାଉଛି । ତେବେ ଏସବୁ ଜେଲ ଭିତରେ କରିବାର ସୁଯୋଗ ପାଇବା ଦ୍ଵାରା ସେମାନଙ୍କ ମନରେ ଆନନ୍ଦ ଆସିବା ସହିତ ସଜା ସାରିବା ପରେ ଏସବୁ ସମାଜରେ ନିଜକୁ ସ୍ଵବଲମ୍ବି କରାଇବାରେ ସାହାଯ୍ୟ କରିବ ବୋଲି ଅନ୍ତେବାସୀ ମାନେ କହିଛନ୍ତି ।
ଦେଖନ୍ତୁ କିଭଳି ଆନନ୍ଦରେ ଆଉ ସୁନ୍ଦର ଭାବରେ ଅନ୍ତେବାସୀ ମାନେ ଏ ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଦେଖିଲେ ଲାଗୁଛି ସେମାନେ କୌଣସି ପେଷାଦାର ଅପରାଧୀ ନୁହେ ବରଂ ଜଣେ ଜଣେ ଦକ୍ଷ କର୍ମଚାରୀ । ଆଉ ଏଭଳି ପଦକ୍ଷେପ ନେଇଛନ୍ତି ଯାଜପୁର ଉପକାରାଗାରର ଜେଲର ପ୍ରସନ୍ନ କୁମାର ସାହୁ ଆଉ ଅନ୍ତେବାସୀ ମାନଙ୍କୁ ଏସବୁ ପ୍ରସ୍ତୁତି ପ୍ରଣାଳୀ ଶିଖାଇଛନ୍ତି ଯାଜପୁର ଷ୍ଟେଟବ୍ୟାଙ୍କ ର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ । ତେବେ ପ୍ରଶିକ୍ଷଣ ଦେଇଥିବା ପ୍ରଶିକ୍ଷକ ମାନେ କହିବା କଥା ଏଭଳି ପ୍ରଶିକ୍ଷଣ ଓଡିଶାରେ ପ୍ରଥମ ଥର ହେଉଛି ଆଉ ଜେଲର ଅନ୍ତେବାସୀ ମାନଙ୍କୁ ଏସବୁ ପ୍ରସ୍ତୁତ କରିବାର କୌଶଳ ଶିଖାଇ ନିଜେ ଆନନ୍ଦ ବ୍ୟକ୍ତ କରିଛନ୍ତି । ତେବେ ଜେଲ ଅନ୍ତେବାସୀ ମାନଙ୍କ ଦ୍ଵାରା ଏହି ସାମଗ୍ରୀ ଗୁଡିକୁ କିଣିବାକୁ ଜେଲ ସମ୍ମୁଖରେ କରାଯାଉଥିବା ଅସ୍ଥାଇ କାଉଣ୍ଟର ରେ ସାଧାରଣ ଗ୍ରହକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗ୍ରାହକ ମାନେ ବଜାରରେ ମିଳୁଥିବା ଏସବୁ ସାମଗ୍ରୀ ନକିଣି ଜେଲ ଅନ୍ତେବାସୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି ଏବଂ ଜେଲ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି ଏସବୁ ଜେଲ ପରିସରରେ ସବୁବେଳେ କିପରି ମିଳିବ ତାହାର ଏକ ସ୍ଥାଇ କାଉଣ୍ଟର କରିବାର ବ୍ୟବସ୍ଥା କରିବେ ।
ତେବେ ଜେଲ ଭିତରେ ରହି ସମାଜରେ ପ୍ରତେକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ନିଜକୁ ସାମିଲ କରିହେବ ଯାହାର ଜ୍ଵଳନ୍ତ ଉଦାହରଣ ସାଜିଛନ୍ତି ଯାଜପୁର ଉପକରଗାରରେ ଥିବା ଏହି ଅନ୍ତେବାସୀ ମାନେ ।(ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)