ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଭଲ ରହିଛି ସେଥିପାଇଁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ । ପିଲାମାନେ କିପରି ସୁରୁଖୁରୁରେ କ୍ଲାସ୍ କରିପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍କୁଲର ରୁପାତିକରଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୧୦୦ ସ୍କୁଲକୁ ଓ ପର ପର୍ଯ୍ୟାୟରେ ୨୫୦୦ ରୂପାନ୍ତକରଣ କରାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି । ସୂଚନା ମନ୍ତ୍ରୀ ଶ୍ରୀ ଦାସ ସମ୍ବଲପୁର ଗସ୍ତରେ ଥିବାବେଳେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି , ନୂଆବର୍ଷ ବେଳକୁ ସବୁ କ୍ଳାସ ଖୋଲିବା ନେଇ ସେ ଆଶାବାଦୀ ଅଛନ୍ତି । ସମସ୍ତ ସ୍କୁଲ୍କୁ ସ୍ମାର୍ଟ ସ୍କୁଲର ରୂପ ଦିଆଯାଉଥିବାବେଳେ ଏହାଦ୍ୱାରା ପିଲାମାନେ ସ୍ମାର୍ଟ କ୍ଲାସ୍କୁ ଉପଭୋଗ କରିପାରିବେ । ଆଗକୁ ଶିକ୍ଷକ ଅଭାବ ରହିବ ନାହିଁ । ଡିସେମ୍ବର ପୂର୍ବରୁ ପ୍ରାୟ ୧୬ ହଜାର ଶିକ୍ଷକ ନିଯୁକ୍ତି ଦେବାର ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଯେଉଁ ଏସ୍ପି ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କରାଯାଇଛି , ତାହାହିଁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସକାଶେ ଅନୁସରଣ କରାଯିବ ।