ସନଷ୍ଟାର ଟିଭି ବ୍ୟୁରୋ
ଛତିଶଗଡ:ଗୁରୁବାର ଦିନ ୫୨ ବର୍ଷିୟ ଛତିଶଗଡର ଜଣେ ବିଧାୟକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର କହିଛନ୍ତି। ଦେବବ୍ରତ ସିଂ ମଧ୍ୟରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖଇରାଗଡର ପୂର୍ବ ରାଜ ପରିବାରର ସଦସ୍ୟ ଦେବବ୍ରତ ସିଂ ୧୯୯୫ ରେ କଂଗ୍ରେସ ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୯୯୮ ଏବଂ ୨୦୦୩ ରେ ପୁନଃ ନିର୍ବାଚିତ ହୋଇଥିଲେ। ୨୦୦୭ ରେ ସେ ରଜନନ୍ଦଗାଓଁ ସଂସଦୀୟ ଆସନ ଜିତିଥିଲେ। ଡିସେମ୍ବର ୨୦୧୭ ରେ ଦେବବ୍ରତ ସିଂ କଂଗ୍ରେସ ଛାଡି କହିଥିଲେ ଯେ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଏଥିପାଇଁ ବାଧ୍ୟ ହୋଇଥିଲେ। ଦୁଇମାସ ପରେ ସେ ଫେବୃଆରୀ ୨୦୧୮ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନେତୃତ୍ୱାଧୀନ ଜନତା କଂଗ୍ରେସ ଛତିଶଗଡ (ଜେ) ରେ ଯୋଗ ଦେଇଥିଲେ। ସେ ୨୦୧୮ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜନତା କଂଗ୍ରେସ ଛତିଶଗଡ (ଜେ) ଟିକେଟରେ ଖାଇରାଗଡରୁ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ।
ଜନ କଂଗ୍ରେସ ଛତିଶଗଡ (ଜେ) ର ସଭାପତି ଅମିତ ଯୋଗୀ କହିଛନ୍ତି, “ଦେବବ୍ରତ ସିଂଙ୍କ ମୃତ୍ୟୁକୁ ନେଇ ଆମେ ସମସ୍ତେ ଚକିତ ହୋଇଯାଇଛୁ। ୧୯୯୮ ମସିହାରୁ ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ରହିଥିଲା।ତାଙ୍କର ଏପରି ଅକାଳ ବିୟୋଗରେ ଆମେ ଦୁଃଖିତ।