ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଥିଲା । ବିଜୁ ଜନତା ଦଳପକ୍ଷରୁ ଏହି ଦରବୃଦ୍ଧି ପ୍ରସଙ୍ଗ ରେ ରାଜ ରାସ୍ତାରେ ଆନ୍ଦୋଳନ ମଧ୍ୟ କରିଥିଲା । ଦର ବୃଦ୍ଧିପ୍ରସଙ୍ଗରେ ଆନ୍ଦୋଳନ ପରେ ଗତକାଲି ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ ବୋଲି ବିଜୁଯୁବ ଜନତା ଦଳ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ବେମକେଶ ରାୟ କହିଥିଲେ ।
ଆଜି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ନୂଆ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ବମକେଶ ରାୟ ଧନ୍ୟବାଦ ଜଣାଇଥିଲେ ।
ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ବୋଲି ବିଧାୟକ ବାମକେସ ରାୟ କହିଥିଲେ।
କେନ୍ଦ୍ର ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାର ପେଟ୍ରୋଲ ପମ୍ପ ସାମ୍ନାରେ ଆୟୋଜିତ ହେବାକୁ ଥିବା ପ୍ରତିବାଦକୁ ଆଗାମୀ ୧୦ ଦିନ ପାଇଁ ସ୍ଥଗିତ ରହିଛି। ରନ୍ଧନ ଗ୍ୟାସ LPG ର ଦର ଯଦି କେନ୍ଦ୍ର ସରକାର ନକମାନ୍ତି ତେବେ ଆଗମୀ ଦିନରେ ବିଜୁ ଜନତା ଦଳପକ୍ଷରୁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଧାୟକ ବେମକେଶ ରାୟ ସୂଚନା ଦେଉଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ।