ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଦୀପାବଳି କୁ ଶବ୍ଦ ପ୍ରଦୂଷଣଓ ବାୟୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ Brains Educational Trust ତରଫରୁ ଟ୍ରଷ୍ଟ ର ସଦସ୍ୟ ମାନେ ମାଷ୍ଟର କ୍ୟାଣ୍ଟିନ ଛକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଟ୍ରଷ୍ଟ ର ସଦସ୍ୟ ମାନେ ସ୍ଲୋଗାନ ମାଧ୍ୟମରେ ସଚେତନତାର ବାତ୍ତା ବାଣ୍ଟିଥିଲେ। ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ଦ୍ବାରା ପକ୍ଷୀ ଓ ପଶୁ ମାନଙ୍କ ଜୀବନ ଅକାଳରେ ଯାଉଛି। ପ୍ରତ୍ୟକଙ୍କ ଜୀବଦ ମୁଲ୍ୟବାନ ସେ ଜୀବ ହୁଅନ୍ତୁ କି ମନୁଷ୍ୟ ହୁଅନ୍ତୁ ,ସେମାନେ ନ କହି ପାରିଲେ ମଧ୍ୟ ସେମାନଙ୍କ ଜୀବନ ଅଛି। ମନୁଷ୍ୟର ପୃଥିବୀ ଉପରେ ଯେତିକି ଅଧିକାର ଅଛି ସେମାନଙ୍କ ମଧ୍ୟ ତା ଠାରୁ ଅଧିକ ଅଧିକାର ଅଛି । ତେବେ ସେମାନଙ୍କ ସୁରକ୍ଷା ଆମ ହାତରେ । ପ୍ରତିବର୍ଷ ଦୀପାବଳି ପରଦିନ ବାଣ ଆଘାତରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଶୁ ପକ୍ଷୀ ମାନଙ୍କର ଜୀବନ ଯାଇଥାଏ । ସେଥିପାଇଁ Brains Educational Trust ର ଚେୟାରମ୍ୟାନ ଅଶ୍ଵିନୀ ପାଢ଼ୀଙ୍କର କହିବା ଅନୁସାରେ ଏହି ବର୍ଷ ଦୀପାବଳି ରେ ଶବ୍ଦ ମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆମେ ଲୋକମାନଙ୍କୁ ସଚେତନ କରାଉଛୁ। ଏହାସହ ଏହି ଟ୍ରଷ୍ଟର ଅନ୍ୟ ସଦଶ୍ୟମାନେ ଏହି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଆସନ୍ତୁ ଆମେ ସମସ୍ତେ ଶପଥ କରିବା ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ନାହିଁ ,ଘର ଦୁଆରେ ମାଟି ଦୀପ ଜାଳି ଦୀପାବଳି ପାଳନ କରିବା । ପଶୁପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ଏବଂ ପର୍ଯ୍ୟାବରଣ ରକ୍ଷା କରିବା । ବାଣ ନ ଫୁଟାଇ ଦିପାବଳୀ ପର୍ବକୁ ଆନନ୍ଦ ଉଲ୍ଲାସ ରେ ପାଳନ କରିବା ।(ରିର୍ପୋଟ: ଆଶିଷ କୁମାର ରାଉତ)