ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ, କୁମ୍ଭାରୀ ପଞ୍ଚାୟତ, ଝଲଝଲିଆ ଠାରେ , ନିଖିରା ଦୁଗ୍ଧ ସେବାସମବାୟ ସମିତି ପକ୍ଷରୁ, ଦୁଗ୍ଧ ଚାଷୀ ମାନଙ୍କୁ ସଚେତନତା କରାଯାଇ ଥିଲା ଦୁଗ୍ଧ ଚାଷ ଲାଭ ଜନକ ଚାଷ ଗୋ ପାଳନ ଦ୍ବାରା ମହିଳା ମାନେ ସ୍ବାବଲମ୍ବୀ ହୋଇପାରୁଛନ୍ତି। ଏହି ସମସ୍ତ ଚାଷୀଙ୍କୁ ଷ୍ଟିଲ୍ କ୍ଷୀର ଜାର ବଣ୍ଟନ କରାଯାଇଥିଲା ।ତେବେ ନିଖିରା ସେବା ସମବାୟ ସମିତିର ସଭାପତି ସୁଦର୍ଶନ ଚାନ୍ଦ ସଭପତିତ୍ୱ କରିଥିବା ବେଳେ, ଅତିଥି ଭାବେ ବାମୂଳ ଅଧିକାରୀ ଶୁଭେନ୍ଦୁ ଚାନ୍ଦ,କୁମ୍ଭାରୀ ସରପଞ୍ଚ ଜୟନାରାୟଣ ମହାପାତ୍ର, ନିଖିରା ସରପଞ୍ଚ ପ୍ରତିନିଧି ସପନ ଦାସ ଯୋଗ ଦେଇ, ଗୋ-ପାଳନ ଓ ଦୁଗ୍ଧଚାଷର ଉପାଦେୟତା, ଆଵଶ୍ୟକତା ଉପରେ ଆଲୋକ ପାତ କରିବା ସହିତ, ଗୋ ପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ଉପଜୁଥୁବା ସମସ୍ୟା, କ୍ଷୀରର ଉଚିତ ମାନ, ଗୁଣ ବତ୍ତା, ମୂଲ୍ୟ,ଗୁହାଲ ଘର ବଣ୍ଟନ ଓ ବ୍ୟାଙ୍କ ସହାୟତା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ଚାଷୀ ମାନଙ୍କ ସହିତ ଆଲୋଚନା କରା ଯାଇଥିଲା। (ରିପୋର୍ଟ :ଚନ୍ଦନ ଜେନା )