ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାତି ପାହିଲେ ଦୀପାବଳି । ଦୀପାବଳି ପାଇଁ ପୁରପଲ୍ଲୀ ସଜାସଜ୍ଜ ହେଲେଣି। ତେବେ କୋଭିଡ କଟକଣା ଭିତରେ ଦୀପାବଳି ପାଳନ କରିବେ ସାରା ରାଜ୍ୟବାସୀ। କେବଳ ସେତିକି ନୁହେଁ ଏଥର ବାଣ ଉପରେ ମଧ୍ୟ କଟକଣା ଲାଗାଇଛନ୍ତି ରାଜ୍ୟ ସରକାର। କେବଳ ସବୁଜ ବାଣଫୁଟାଇାକୁ ଅନୁମତି ଦିଆଯାଇଛି। ତେବେ କିଛି ଭି ପାର୍ବଣ ଆସିଲେ ରାଜ୍ୟରେ ଉର୍ତ୍ସବ ମୁଖର ହୋଇଯାଏ। ପାରମ୍ପାରିକ ରିତିରେ ଲୋକ ମାନେ ଦୀପାବଳି ପର୍ବ ପାଳନ କରିଥାଆନ୍ତି। ଏହିଦିନ ଲୋକମାନେ ନିଜର ପୂର୍ବପୁରୁଷଙ୍କୁ ପିଣ୍ଡ ଦାନ କରି ବଡବଡୁଆଙ୍କୁ ଡାକିଥାଆନ୍ତି। ପୂଜା ପାଇଁ ବଜାର ଦେଖିବାକୁ ମିଳୁଛି ଅଲଗା ଭିଡ। ସବୁଠାରେ ଭଳିକି ଭଳି ଦୋକାନ ଦେଖିବାକୁ ମିଳୁଛି। ଲୋକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନର ଦୀପ ସାଙ୍ଗକୁ ,ଲାଇଟ ,ମହମବତିରେ ଭରି ହୋଇଛି ଦୋକାନ। ତେବେ ଆଲୋକର ପର୍ବକୁ ପାଳନ କରିବା ପାଇଁ ଲୋକ ମାନେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହି ଦିନ ଠାରୁ ଆରମ୍ଭ ହୋଇ ଥାଏ କାଳୀପୂଜା। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପରଦା ଆଢ଼ୁଆଳରେ ମା’ ପୂଜା ପାଇବେ। ଆଉ ଲୋକମାନଙ୍କୁ ଭଳିକି ଭଳି ତୋରଣ ଦେଖିବାକୁ ମିଳିବନି।