ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ ଭୁବନେଶ୍ୱରରେ ଆଜି ପହଁଚିଛି ।
ପୂର୍ବ ପ୍ରସ୍ତୁତି ଅନୁସାରେରେ ଏହି ବିଜୟ ମଶାଲ ଆଜି ସକାଳ୧୧ ଘଟିକା ରେ ଶିରିପୁର ଗୋପବନ୍ଧୁ ଛକ ଠାରୁ ଓୟୁଏଟି(OUAT) ବିଶ୍ବବିଦ୍ୟାଳୟ ପରିସରକୁ ଅଶ୍ଵ ଆରହଣ ସହ ଏନସିସି(NCC) ର ଛାତ୍ରଛାତ୍ରୀ ମାନଙ୍କ ସ୍ଲୋଗାନ ମାଧ୍ୟମରେ ବିଜୟ ମଶାଲ କୁ ଶୋଭାଯାତ୍ରା ରେ ଅଣାଯାଇଥିଲା।
ଦେଶକା ମନ୍ନ୍- ବୀର ଜବାନ୍, ଯଥା ଦେଶର ସମ୍ମାନ -ବୀର ଜବାନ, ୧୯୭୧ ଯୁଦ୍ଧ ବୀର ଯବାନଙ୍କୁ ସମ୍ମାନ, ଜୟ ଜବାନ-କିଶାନ, ସୈନିକ ତୁମେ ମାତୃଭୂମିର ରକ୍ଷକ ଆଦି ସ୍ଲୋଗାନରେ ଓୟୁଏଟି ପରିସରରେ ଦେଶାତ୍ମବୋଧ ଭାବବେଗରେ ପ୍ରକମ୍ପିତ ହୋଇଥିଲା । OUAT ର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସଂପୂର୍ଣ୍ଣ ସେନା ମର୍ଯ୍ୟାଦାର ସହ ଏହି ପବିତ୍ର ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସଂବର୍ଦ୍ଧନା ମଧ୍ୟରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ OUAT କୁଳପତି DR PK Agarwal ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ।
ଏହାପରେ ସ୍ବାମୀନାଥନ୍ ହଲ୍ ଠାରେ ଏକ ବୈଠକ ଆୟୋଜିତ ହୋଇଥିଲା ଯେଉଁଠାରେ ୧୯୭୧ ମସିହାରେ ପାକିସ୍ତାନ ଉପରେ ଭାରତର ଗୌରବମୟ ବିଜୟ ବିଷୟରେ ବିଭିନ୍ନ ବକ୍ତାମାନେ ବର୍ଣ୍ଣନା କରିଥିଲେ ଯେଉଁଠାରେ ପାକିସ୍ତାନର ୯୨୦୦୦ ସୈନିକଙ୍କୁ ବନ୍ଦୀ କରାଯାଇଥିଲା। ଏବଂ ଏକ ନୂତନ ଦେଶ ବାଂଲାଦେଶ ପାକିସ୍ତାନର “ସର୍ତ୍ତମୂଳକ” ଆତ୍ମସମର୍ପଣ ପରେ ସୃଷ୍ଟି ହୋଇଥିଲା। ଏହା ପରେ OUAT ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଦେଶ ପ୍ରତି ପ୍ରେମ ବିସ୍ତାର କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।(ଆଶିଷ କୁମାର ରାଉତ)