ସନଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର: ଆଗକୁ ଆସିଛୁ ଦୀପାବଳୀ। ଦୀପାବଳି ରେ ଲୋକ ମାନେ ବାଣ ଫୁଟାଇଥାଆନ୍ତି। ପ୍ରତି ବର୍ଷ ଦୀପାବଳୀରେ ଲୋକମାନେ ବହୁ ସଂଖ୍ୟାରେ ଲୋକମାନେ ବାଣ ଫୁଟାନ୍ତି ଆଉ ବାୟୁ ମଣ୍ଡଳକୁ ପ୍ରଦୂଷିତ କରିଥାଆନ୍ତି। ଗତ କିଛି ବର୍ଷ ମଧ୍ୟରେ ଦୀପାବଳି ରେ ବାଣ ଫୁଟାଇବା ଦ୍ବାରା ବାୟୁ ପ୍ରଦୂଷଣ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ଚିନ୍ତାର କାରଣ ପାଲଟିଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କ୍ରାକର ବିକ୍ରୟ ତଥା ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ନିର୍ଦ୍ଦେଶ ଦେଇଛି। ତେବେ କେବଳ ସବୁଜ ବାଣ ଫୁଟାଇବା ପାଇଁ ଜମ୍ମୁ କଶ୍ମୀର ର ସରକାର ଅନୁମତି ଦେଇଛନ୍ତି। ଦିୱାଲୀ ଏବଂ ଅନ୍ୟାନ୍ୟ ପର୍ବ ସମୟରେ ଜାମ୍ମୁ କାଶ୍ମୀର ସରକାର କେବଳ ସବୁଜ କ୍ରାକର ବିକ୍ରୟ ତଥା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ବୋଲି ଉପତ୍ୟକା ସରକାରଙ୍କ ସୂତ୍ରରୁ ପ୍ରକାଶ। ଉପତ୍ୟକାରେ ରାତି ୮ ରୁ ୧୦ ମଧ୍ୟରେ ସବୁଜ ବାଣ ଫୁଟିଯାଇପାରିବ ବୋଲି କୁହାଯାଇଛି।