ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ସର୍ବଭାରତୀୟ ସ୍ତରରେ ମେଡିକାଲ୍ ( ୟୁଜି ) ନାମଲେଖା ପାଇଁ ନିଟ୍ ପ୍ରବେଶିକା ଫଳ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଏହାକୁ ନେଇ ବହୁତ ବିବାଦ ଘେରି ରହିଥିଲା। ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ବିଭାଗର ୱେବ୍ ସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଏନ୍ଟିଏ କହିଛି । ଛାତ୍ରଛାତ୍ରୀ ସେମାନଙ୍କ ରୋଲ୍ ନମ୍ବର ଓ ଜନ୍ମ ତାରିଖ ଦ୍ଵାରା ନିଜର ରେଜ ଜାଣି ପାରିବେ। ଏଥିସହିତ ପିଲାଙ୍କ ପଞ୍ଜିକୃତ ଇମେଲ୍ ଆଇଡିରେ ସ୍କୋର କାର୍ଡ ମଧ୍ୟ ପଠାଇ ଦିଆଯାଇଥିବା ଏନ୍ଟିଏ ଦର୍ଶାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ନିଟ୍ ପ୍ରବେଶିକା ପରୀକ୍ଷା ଦେଇଥିବାବେଳେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ରହିଥିଲେ । ତେବେ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ବିଭାଗର ୱେବ୍ ସାଇଟ୍ରେ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଏନ୍ଟିଏ କହିଛି ।