ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଉତ୍ତର ଶ୍ରୀଲଙ୍କାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟ ଦେଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଲମ୍ବିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେଉଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି , କୋରାପୁଟ , ରାୟଗଡା , ନବରଙ୍ଗପୁର , ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ କିଛି ଦିନ ହେଲା ବଙ୍ଗୋପସାଗର ପୂର୍ବଭାଗରୁ ରାଜ୍ୟକୁତରଙ୍ଗାୟିତ ବାୟୁ ପ୍ରବାହ କରୁଛି । ରାଜ୍ୟରେ ଶୀତ ଅନୁଭୂତରେ ବିଳମ୍ବ ହେଉଛି ।