ସନଷ୍ଟାର ଟିଭି ବ୍ୟୁରୋ
ଅଯୋଧ୍ୟା:ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ପାଇଁ ସାରା ଭାରତବର୍ଷର ଲୋକ ଅପେକ୍ଷା କରି ବସିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡର ପ୍ରକୋପ ଥିବାରୁ ଏଥର ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି। ଏହି ଅବସରରେ ରାମରାଜ୍ୟ ଅଯୋଧ୍ୟାରେ ୧୨ ଲକ୍ଷ ମାଟି ଦୀପ ଜଳାଯାଇ ‘ ଦୀପୋତ୍ସବ ’ ପାଳନ କରାଯିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ଏଥିମଧ୍ୟରୁ ୯ ଲକ୍ଷ ଦୀପ ସରଜୁ ନଦୀ କୂଳରେ ଜଳାଯିବ । ବଳକା ୩ ଲକ୍ଷ ଦୀପ ସହରର ବିଭିନ୍ନ ସ୍ଥାନରେ ଜଳାଯିବ । ଗତ ବର୍ଷ ସରକୁ ନଦୀ କୂଳରେ ଦୀପାବଳି ଅବସରରେ ୬ ଲକ୍ଷ ଦୀପ ଜଳା ଯାଇଥିଲା । ଯାହା ବିଶ୍ଵ ରେକର୍ଡ ରଚିଥିଲା । ଚଳିତ ବର୍ଷ ୯ ଲକ୍ଷ ଦୀପ ଜଳାଇ ଗତ ବର୍ଷର ରେକର୍ଡ ଭଙ୍ଗାଯିବ । ଏହା ବ୍ୟତୀତ ଅଯୋଧ୍ୟାରେ ବିଭିନ୍ନ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଶ୍ରୀଲଙ୍କାର ଏକ ଦଳ ଆସି ଅଯୋଧ୍ୟାରେ ରାମଲୀଳା ପ୍ରଦର୍ଶନ କରିବେ । ଲେଜର ଶୋ’ର ମଧ୍ୟ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଦ୍ଵାରା ଦୀପୋତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।