ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ କଲଲ କରୁଛି ତୈଳଦର। କେବଳ ତୈଳଦର ନୁହେଁ ରନ୍ଧନ ଗ୍ୟାସଠାରୁ ଆରମ୍ଭ କରି ପନିପରିବା ସବୁର ଦର ହୁ ହୁ ହୋଇ ବଢ଼ୁଛି। ଲୋକ ମାନେ ଏହାପାଇଁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଆଜି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କର ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ , ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ଗଣ ଧାରଣା ସହିତ ପ୍ରତିବାଦ ସଭା ଆୟୋଜିତ ହୋଇଛି । ୧୪୭ଟି ନିର୍ବାଚନ ମଣ୍ଡଳିର ଶତାଧିକ ମହିଳା କର୍ମୀ ମାନେ ଚୁଲି ଜାଳି ପ୍ରତିବାଦ କରୁଛନ୍ତି ବିଜେଡିର ମହିଳା କର୍ମୀ ମାନେ। କେବେ ଆସିବ ସେହି ଅଚ୍ଛେ ଦିନ ଲୋକ ମାନେ ଏହି ଅଚ୍ଛେ ଦିନ ଦେଖିବା ଅବସରରେ ବର୍ତ୍ତମାନ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଯଦିର ଦରଦାମ ନିୟନ୍ତ୍ରଣ ନକରାଗଲା ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।