ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କର ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ , ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜ ଭବନ ସମ୍ମୁଖରେ ବିଶାଳ ଗଣ ଧାରଣା ସହିତ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ତଥା ବିଧାୟକ ଭୁବନେଶ୍ୱର ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ନେତା ଶ୍ରୀଯୁକ୍ତ ସଂଜୟ ଦାଶବର୍ମା ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଥିବା ନିଜ ଅଭିଭାଷଣ ରଖୁଥିଲେ । ଅନ୍ୟତମ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଆଗାମି ଦିନରେ କେନ୍ଦ୍ର ସରକାର ଯଦି ଦରଦାମକୁ ନିୟନ୍ତ୍ରଣ ନ କରେ ଏ ଆନ୍ଦୋଳନ ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ଚେତାଇ ଦେଇଥିଲେ । ପ୍ରତିବାଦ ସଭାରେ ମାନ୍ୟବର ମନ୍ତ୍ରୀ , ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ବରିଷ୍ଠ ବିଜୁ ଜନତା ଦଳର ମାନ୍ୟବର ବିଧାୟକ ବୃନ୍ଦ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା , ଶ୍ରୀଯୁକ୍ତ ଅରବିନ୍ଦ ଢାଲି , ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ଶ୍ରୀଯୁକ୍ତ ପ୍ରତାପ ଦେବ , ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ , ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ , ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରା , ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ , ଶ୍ରୀଯୁକ୍ତ ବ୍ୟମକେଶ ରାୟ , ଶ୍ରୀଯୁକ୍ତ ଦେବୀ ରଂଜନ ତ୍ରିପାଠୀ , ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥ ଙ୍କ ସହିତ ଦଳର ଅନ୍ୟତମ ନେତୃମଣ୍ଡଳୀ ଶ୍ରୀଯୁକ୍ତ ରବି ସାମଲ , ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର , ଶ୍ରୀଯୁକ୍ତ ଅମରେଶ ଜେନା , ବିରଚିଂ ନାରାୟଣ ମହାସୂପକାର , ଶ୍ରୀଯୁକ୍ତ ରଣଜିତ୍ ମହାପାତ୍ର , ଅମରଜିତ ସେନାପତି , ସୁବାଷ ସୁନ୍ଦରାୟ , ପ୍ରତାପ ଜେନା , ଦୁର୍ଗା ସାମନ୍ତରାୟ , ଶ୍ରୀମତୀ ସୁଲତା ଦେଓ , ଶ୍ରୀମତୀ ସୁଲୋଚନା ଦାସ , ସଂଧ୍ୟା ବିଶ୍ୱାଳ , ମିରା ପରିଡା , ଏଲିନା ଦାସ , ଇପ୍ସିତା ସାହୁ , ଶ୍ରୀମତୀ ସୁମିତ୍ରା ଜେନା , ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର , ଯୁବ ସଭାପତି ସମରେଶ ବେହୁରା , ଛାତ୍ରସଭାପତି ସୁବାଷ ସାହୁ ଙ୍କ ସହିତ ଭୁବନେଶ୍ଵରର ସମସ୍ତ ପୂର୍ବତନ କର୍ପୋରେଟର , ସାଂଗଠନିକ ପଦାଧିକାରୀ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କର ଗରିବ ମାରଣ ନୀତିକୁ ଦୃଢ ଭାବରେ ନିନ୍ଦା କରିବା ସହିତ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ନିଜ ମତ ରଖୁଥିଲେ । ସଭା ଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧ୍ଵ ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।