ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ ନଭେମ୍ବର ୧ ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ସେହିପରି ଜାନୁଆରୀ ୬ ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ । ସିଇଓ କହିଛନ୍ତି ଯେ, ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ । ଏହା ସହ ଯୋଗ୍ୟ ଭୋଟର ହୋଇଥିବେ ତାଙ୍କର ଭୋଟର ଲିଷ୍ଟରେ ନାଁ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ଏହି ଆପ୍ଲିକେଶନ ମାଧ୍ୟମରେ ମୋବାଇଲ୍ ଦ୍ଵାରା ସବୁ ସମୟରେ ଭୋଟର୍ ମାନେ ଆବେଦନ କରାଯାଇପାରିବ । ନିର୍ବାଚନ କମିଶନ ଡିଜିଟାଲ ମାଧ୍ୟମରେ ଅନଲାଇନ ମାଧ୍ୟମରେ ଭୋଟର୍ ମାନଙ୍କର ଭୋଟର୍ କାର୍ଡ ରେ ଥିବା ସମସ୍ୟା ର ସମାଧାନ ପାଇଁ ପ୍ରୟାସ କରୁଛି ।
ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ପେଶାଲ ଆରେଜମେଣ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନଭେମ୍ବର୧ ରୁ ଆରମ୍ଭ ହେଉଥିବା ପ୍ରକ୍ରିୟା ଏକ ମାସ ଧରି ଚାଲିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆପ୍ଲାଏ କରିପାରିବେ । ଏହାର ତର୍ଜମା ପାଇଁ ୨୦ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଛି ।(ରିର୍ପୋଟ:ଆଶିଷ କୁମାର ରାଉତ)