ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଶରତ ଚନ୍ଦ୍ରରାଜ ବିଗତ ୨୫ ବର୍ଷ ରୁ ଉର୍ଦ୍ଧ ହେବ କଂଗ୍ରେସ୍ ରହି ଏହିଦଳ ପାଇଁ କାର୍ଯ୍ୟ କରୁଥିଲେ। ସେ ନିଜ ବ୍ଲକର ବିକାଶ କରିବା ପାଇଁ ଏହି ଦଳର କାର୍ଯ୍ୟକତ୍ତା ଭାବେ ଦଳରେ ସାମିଲ ଥିଲେ। କଂଗ୍ରେସରେ ରହି ସେ ନିଜ ବ୍ଲକ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ ନକରିପାରୁଥିବାରୁ ବର୍ତ୍ତମାନ ସେ ବିଜେଡିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବଛିନ୍ନ ଭାବେ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଏହା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛନ୍ତି। ବାହାନଗା ବ୍ଲକକୁ ବାଲେଶ୍ଵରର ଏକନମ୍ବର ବ୍ଲକ କରିବା ସହ ବାହାନଗା ବ୍ଲକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ବିଜେଡି ସରକାରଙ୍କ ଦ୍ଵାରା ହୋଇପାରିବ ବୋଲି ସେ କହିଥିଲେ । ଏହି ବିକାଶ ଧାରାରେ ସାମିଲ ହେବାପାଇଁ ସେ ବର୍ତ୍ତମାନ ବିଜେଡି ରେ ସାମିଲ୍ ହୋଇଛନ୍ତି ବୋଲି କହିଥିଲେ । ବାହାନଗା ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଏହି ମିଶ୍ରଣ ପର୍ବରେ ବିଜେଡ଼ିରେ ଯୋଗଦେଥିଲେ । ଏହି ମିଶ୍ରଣ ପର୍ବରେ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ବିଧାୟକ ପ୍ରତାପ ଦେବ, ସୋର ବିଧାୟକ ପର୍ଶୁରାମ୍ ଧଡା ପ୍ରମୁଖ ଉପସ୍ଥିତ ଥିଲେ।(ରିର୍ପୋଟ: ଆଶିଷ କୁମାର ରାଉତ)