ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମହାଲିଙ୍ଗ ସନ୍ସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ପ୍ରଥମ କରି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିବା ପରେ ବିଜେପିକୁ ଏହାହଜମ ହେଉନି । ଏହାକୁ ଦେଖି ବିଜେପି ଏକ ପ୍ରେସମିଟ ଡକାଇଛନ୍ତି। ତେବେ ମନ୍ତ୍ରୀ ତାଙ୍କର ଏକ ପ୍ରେସ୍ ବିବୃତି ଜାରିକରି ଶ୍ରୀ ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁପାଇଁ ଗଭୀର ଭାବେ ଦୁଃଖତ ଓ ମର୍ମାହତ ବୋଲି କହିଛନ୍ତି। ଏଥିସହ ସେ କଳାହାଣ୍ଡିର ଅଧୁଷ୍ଠାତ୍ରୀ ଦେବୀ ମା ’ ମାଣିକେଶ୍ଵରୀଙ୍କ ନାଁରେ ଶପଥ କରି ଘଟଣାରେ ତାଙ୍କର କୌଣସି ପ୍ରକାର ସଂପୃକ୍ତି ନଥିବା ସ୍ପଷ୍ଟକରିଛନ୍ତି । ବିରୋଧୀ ଏ ବାବଦରେ କୌଣସି ପ୍ରମାଣ ଦେଇଦେଲେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେବାସହ ସାଧାରଣ ଜୀବନରୁ ସନ୍ନ୍ୟାସ ନେଇଯିବେ ବୋଲି ରୋକ କହିଛନ୍ତି । ମିଥ୍ୟା ତଥ୍ୟ ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମୋର ଚରିତ୍ର ସଂହାର ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମକର୍ଦ୍ଦମା ପରେ ମଧ୍ୟ ଗଣମାଧ୍ୟମ ବିନା କୌଣସି ତଥ୍ୟ ରେ ମନ୍ତ୍ରୀଙ୍କ ନାମ କୁ ବାରମ୍ବାର ଏହି ଘଟଣା ସହ ଯୋଡୁଛନ୍ତି। ତେବେ ବିଜେଡି ବିଧାୟକ କହିଛନ୍ତି ଏତେ ଦିନ ପର୍ଯ୍ୟନ୍ତ ମନ୍ତ୍ର କେଉଁ ଠାରେ ଥିଲେ ଏମେ ତାଙ୍କୁ ମମିତାଙ୍କର ମୃତ୍ୟୁକଥା ମନେ ପଡିଲା ବୋଲି ଦର୍ଶାଇଛନ୍ତି। ତେବେ ଏହି ଘଟଣାରେ ମନ୍ତ୍ରୀଙ୍କର ସଂପୃକ୍ତି ଥିବାର କୌଣସି ତଥ୍ୟ ସାମନ୍ନାକୁ ଆସିନାହିଁ।