ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କରୋନାର ପ୍ରକୋପ ସହ ଦରଦାମ୍ ବୃଦ୍ଧି ରାଜ୍ୟ ସହ ଦେଶ ଉପରେ ପ୍ରଭାବ ପକାଇଛି । କରୋନା ପାଇଁ ଯୁବପିଢି ରୋଜଗାର ହରାଇ ଥିବା ବେଳେ ଏବେ ଦରଦାମ ବୃଦ୍ଧି ଓଡ଼ିଶା ଭଳି ରାଜ୍ୟର ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଦରବୃଦ୍ଧି ବୋଝ ଉପରେ ଲଳିତାବିଡା ସଦୃଶ ହୋଇଯାଇଛି। ୨୦୧୯ରେ ବିଜେପି କେନ୍ଦ୍ରକୁ ଶାସନ ରେ ଆସିଥିଲା ସେ ସମୟରେ ପେଟ୍ରୋଲ ଡିଜେଲ ର ଦମ୍ ୭୦ ରୁ ୭୫ ଭିତରେ ଥିଲା । ହେଲେ ଆଜି ପ୍ରାୟ ଏହାର ପୂର୍ବମୂଲ୍ୟର ୩୩ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଫଳରେ ଯାତାୟତର ଦର ମଧ୍ୟ ବୃଦ୍ଧି ପାଇଛି। ଫଳରେ ସବୁ ସାମଗ୍ରୀର ଦର ବୃଦ୍ଧି ପାଉଛି । ଏହାସହ ରନ୍ଧନ ଗ୍ୟାସ ର ଦରଦାମ୍ ବୃଦ୍ଧି ହାଣ୍ଡିଶାଳ କୁ ବହୁତ ପ୍ରଭାବ ପକାଇଛି। । ହେଲେ ଏସବୁ ଦରବୃଦ୍ଧି କେନ୍ଦ୍ର ବିଜେପି ସରକାର୍ ଙ୍କ ଉପରେ କୌଣସି ପ୍ରଭାବ ପକାଇନି। ଜନତା ଯଦି ଭୋକିଲା ରହିବ ସେ ବିକାଶ ମୂଲ୍ୟହୀନ । ଆର୍ଥିକ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ବର୍ତ୍ତମାନ ବିଫଳ ହେଇଛନ୍ତି । ଏହି ଦରଦାମ ବୃଦ୍ଧି ଦ୍ବାରା ସାଧାରଣ ଜନତା ହିଁ ହନ୍ତସନ୍ତ ହେଉଛନ୍ତି । ବିଜେଡି ଜନତାଙ୍କ ସହ ସବୁବେଳେ ଅଛି ସେଥିପାଇଁ ଏହି ଦର ଦାମ ବୃଦ୍ଧି ପ୍ରତିବାଦ ରେ ଜନତାଙ୍କ ସ୍ୱାର୍ଥରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ । ଆସନ୍ତା ୩୧ ତାରିଖରେ ରାଭବନରେ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେଵ ବିଜେଡି। ନଭେମ୍ବର ୧ ତାରିଖରେ ୧୪୭ ନିର୍ବାଚନ ମଣ୍ଡଳୀରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ଏବଂ ନଭେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ ଡିଜେକ ଦର ଵୃଦ୍ଧିକୁ ନେଇ ଯୁବଛାତ୍ର ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ ସୂଚନା ଦିଆଯାଇଛି। (ରିର୍ପୋଟ:ଆଶିଷ କୁମାର ରାଉତ)